ମହାରାଷ୍ଟ୍ରରେ ହଇଚଇ

ସକାଳର ଖବର, ୧୫-ଅଗଷ୍ଟ-୨୦୨୧,ରବିବାର

0 402

➡️୧-ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ । କହିଲେ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ । ସେପଟେ ଆଜି ଲାଲକିଲ୍ଲା ରେ ଦେଶବାସୀଙ୍କୁ ସୋମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
➡️୨-ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର,ଏଥିପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ।
➡️୩-ସିବିଏସଇ ଓ ମାଟ୍ରିକ ବୋର୍ଡ ଢାଞ୍ଚାରେ ହେବ ସିଏଚଏସଇର ଯୁକ୍ତ ଦୁଇ ପରୀକ୍ଷା । ୟୁନିଟ ଟେଷ୍ଟ ସହ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ ହେବ ମୂଲ୍ୟାୟନ ।
➡️୪-ଆଜି ୭୫ତମ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୩୮୦ ଜଣ ପୁଲିସ ପାଇବେ ପଦକ। ଓଡ଼ିଶାରୁ ୮୦ ଜଣଙ୍କୁ ମିଳିବ ପଦକ ।
➡️୫-ଆସନ୍ତାକାଲି ଠାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଖୋଲିବ ସ୍ୱର୍ଗଦ୍ୱାର । କୋଭିଡ କଟକଣା ମଧ୍ୟରେ କରାଯିବ ଶବଦାହ ।
➡️୬-ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳା ପରୀକ୍ଷାଫଳରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ। ଛାତ୍ରଙ୍କ ପାସ ହାର ୮୫.୯୮% ଓ ଛାତ୍ରୀଙ୍କ ପାସ ହାର ୯୨.୩୪% ।
➡️୭-ରାଜ୍ୟର ୫ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ସତର୍କ ସୂଚନା ଜାରି କଲେ ଏସଆରସି । ସମୁଦ୍ର ପ୍ରବେଶ ଉପରେ ହେଲା କଟକଣା ।
➡️୮-ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରାଯିବ ।
➡️୯-ସୁନ୍ଦରଗଡ଼ର ଯୁବଶିଳ୍ପୀ ରାଜେନ୍ଦ୍ରଙ୍କୁ ମିଳିବ ୨୦୧୮ ବର୍ଷ ପାଇଁ ଜାତୀୟ ହସ୍ତକଳା ସମ୍ମାନ । ଟସର ସୂତାରେ ତିଆରି କରାଯାଇଥିବା ସିଦ୍ଧି ବିନାୟକ କଳାକୃତି ପାଇଁ ପାଇବେ ଏହି ପୁରସ୍କାର ।
➡️୧୦-ଆସନ୍ତା ୧୯ରୁ ଦେଶବ୍ୟାପୀ ‘ଜନ ଆଶୀର୍ବାଦ ଯାତ୍ରା’ : ଆସନ୍ତା ୧୯ରେ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ନବ।
➡️୧୧-ଭାରତର ଚାରୋଟି ସ୍ଥାନକୁ ମିଳିଲା ରାମସାର ମାନ୍ୟତା । ଏ ନେଇ କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ସୂଚନା । ଭାରତର ଏହି ମାନ୍ୟତା ହାସଲ କରିବାରେ ସ୍ଥାନ ସଂଖ୍ୟା ହେଲା ୪୭ ।
➡️୧୨-ଆମେରିକା ଆଲସ୍କାରେ ୬.୯ ତୀବ୍ରତାର ଭୂମିକମ୍ପ, ତେବବ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ମିଳିନି ।
➡️୧୩-ଆଫଗାନିସ୍ତାନରେ ଥିବା ଭାରତୀୟ ସମର୍ଥକମାନଙ୍କୁ ଆଶ୍ରୟ ଦେବ ଭାରତ
➡️୧୪-ଡେଲ୍ଟା ପ୍ଲସ୍କୁ ନେଇ ମହାରାଷ୍ଟ୍ରରେ ହଇଚଇ । ଡେଲ୍ଟା ପ୍ଲସରେ ୬୬ଜଣ ସଂକ୍ରମିତ, ୫ ମୃତ । ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ।
➡️୧୫-ବିକ୍ରି ହେଲା ବିଜୟ ମାଲ୍ୟାଙ୍କ King fisher ହାଉସ୍, ନିଲାମ ୮ ଥର ବିଫଳ ହେବା ପରେ ସେଟର୍ଣ୍ଣ ରିୟଲ୍ଟର୍ସ ଏହି ଘରଟିକୁ ୫୨.୨୫ କୋଟି ଟଙ୍କାରେ କିଣିଲେ ।
➡️୧୬-ଜାମ୍ମୁ କାଶ୍ବୀରରେ CRPF କ୍ୟାମ୍ପ ଉପରକୁ ଗ୍ରେନେଡ୍ ମାଡ, ସର୍ଚ୍ଚ ଅପରେସନ ଚାଲିଛି ଜୋରଦାର ।
➡️୧୭-ଏଣିକି ଚାକିରିକୁ ଗଲେ, ମଦ କିଣିବା ବେଳେ, ଫ୍ଲାଟରେ ପ୍ରବେଶ କଲେ ନେଗେଟିଭ୍ RT-PCR ରିପୋର୍ଟ ବାଧ୍ୟତାମୂଳକ ।
➡️୧୮-ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ : ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କ ସତକ ଯୋଗୁଁ ଭାରତଠୁ ୨୭ ରନର ଅଗ୍ରଣୀ ହାସଲ , ଇଂଲଣ୍ଡ ୩୯୧ରେ ହେଲା ଅଲଆଉଟ୍ ।
➡️୧୯-ଆସନ୍ତାକାଲି ଓଡିଶା ଆସିବେ ଟୋକିଓରୁ ଅଲିମ୍ପିକ୍ ପଦକ ବିଜେତା ପୁରୁଷ ହକି ଦଳ । ସମ୍ବଲପୁରୀ ଉତ୍ତରୀୟ ଦେଇ ସ୍ୱାଗତ କରିବେ ରାଜ୍ୟ ସରକାର ।
➡️୨୦-ରୋକ୍ଲା (ପୋଲାଣ୍ଡ) ରେ ଅନୁଷ୍ଠିତ ବିଶ୍ବ ତୀରନ୍ଦାଜି ଯୁବ ପ୍ରତିଯୋଗିତାରେ ଭାରତକୁ ମିଳିଲା ୩ ସ୍ବର୍ଣ୍ଣ ପଦକ ।
୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ତଥା ହ୍ଵାଟ୍ସଆପ ଗ୍ରୁପର ସମସ୍ତ ସଦସ୍ୟଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଅଭିନନ୍ଦନ ।। “ଆକାଶ” ।।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.