କୋଣାର୍କ,୧୩/୧୧(ଏସଏସନିୟୁଜ) ସବୁ ବର୍ଷ ପରି ଚଳିତବର୍ଷ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଆନ୍ତର୍ଜାତିକ କୋଣାର୍କ ଉତ୍ସବ ସହ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ ।ଏଥିପାଇଁ ପର୍ଯ୍ୟଟନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପଦାଧିକାରୀମାନେ ଉପସ୍ଥିତ ରହି ବିଭିର୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ।ତେବେ ପତ୍ୟେକଦିନ ଗଣଦୌଡ଼, ସାଇକ୍ଳୋଥନ୍ ଓ ସାହିତ୍ୟ ଆସର ଭଳି ବିଭିର୍ଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାପଡିଛି ।

