ଆଜିର ଅନୁଚିନ୍ତା

ତାରିଖ - ୧୩:୧୧:୨୦୨୧ (ଶନିବାର)

,🦋ସଡକ ସିଧା ହୋଇନଥାଏ କିଛି ସମୟ ପରେ ମୋଡ଼ ନିଶ୍ଚିତ ଆସିଥାଏ, ଜୀବନ ବି ସଡ଼କ ସଦୃଶ ଅଟେ, ଧର୍ଯ୍ୟର ସହିତ ଚାଲ ଭଲ ସମୟ ନିଶ୍ଚିତ ଆସିବ ।
🦋ମନ ସମସ୍ତଙ୍କର ଭଲ ହୋଇଥିଲେ ବି ଭାଗ୍ୟଟା ସମସ୍ତଙ୍କର ଭଲ ହୋଇନଥାଏ ।
🦋ଯେଉଁ ମଣିଷ ସତ୍ୟକୁ ଭଲ ପାଏ , ସତ୍ୟର ପଥରେ ଚାଲିଥାଏ , ସେହି ମନୁଷ୍ୟକୁ ଈଶ୍ବର ସର୍ବାଧୂକ ପରୀକ୍ଷା ନେଇଥାନ୍ତି ଦୁଃଖ କଷ୍ଟ ଦେଇଥାନ୍ତି କିନ୍ତୁ ପ୍ରତିଟି ପରିସ୍ଥିତିରେ ମଣିଷ ସାଥୀରେ ଛାଇ ଭଳି ଈଶ୍ଵର ରହିଥାନ୍ତି ଓ ତା’ର ପ୍ରତିଟି ଦୁଃଖ ସୁଖରେ ସାଥ୍ ଦେଇଥାନ୍ତି ।
🦋ମଣିଷ ପାଖରେ ଅଧିକ ଧନ ସମ୍ପତି ଥୁଲେ ମଣିଷ ଭଲ ହୋଇନଥାଏ । ମଣିଷ ପାଖରେ ମାର୍ଜିତ ବ୍ୟବହାର ଓ ସଂସ୍କାର ରହିଲେ ହିଁ ଭଲ ମଣିଷ ରୂପେ ପରିଚିତ ହୋଇଥାଏ ।

➡️ବନ୍ଧ୍ୟାକି ଜାଣିଵ ପ୍ରସବ ବେଦନା ଗର୍ଭଧାରିଣୀତ ବୁଝିବ ଅନୁଭବି ସିନା ବୁଝିବ ମରମ ଅର୍ଥ ପିପାସୁକି ଜାଣିବ ।
➡️ନିଜକୁ ବ୍ଯସ୍ତ ରଖନ୍ତୁ ଦେଖିବେ,,,,, ଭଲରେ ରହିବା ଶିଖିଯିବେ ।
➡️ନିଜ ସ୍ବାର୍ଥ ବିନା ଏଠି କିଏ ବା କାହାକୁ ପଚାରେ,,,,ଗଛ ଯେବେ ଶୁଖିଯାଏ ପକ୍ଷୀମାନେ ବି ବସା କରିବା ଛାଡି ଦିଅନ୍ତି ।
➡️ପଛରେ ବଦନାମ୍ କରି ସାମ୍ନାରେ ଆସି ଆନ୍ତରିକତା ଦେଖାଇବା ଲୋକଠାରୁ ଦୂରେଇ ରହିବା ଉଚିତ୍,କାହିଁକି ନା ଏମାନେ ଶତୃଠାରୁ ବି ଅତ୍ୟନ୍ତ DANGER,,,,,।
୦୧.ଅନ୍ୟ ପ୍ରତି କଡା କଥା କହୁଥିବା ବ୍ୟକ୍ତି ସର୍ବଦା ଭୁଲି ଯାଇଥାଏ,କିନ୍ତୁ ଯିଏ ଶୁଣିଥାଏ ସେ ସର୍ବଦା ମନେ ରଖିଥାଏ।ଏବଂ ସେହି କଥା ଗୁଡ଼ିକ ତା ହୃଦୟରେ ତୀର ବାଜିଲା ପରି କଷ୍ଟ ହୋଇଥାଏ ।
୦୨. ସମୟ, ବିଶ୍ୱାସ ଏବଂ ସମ୍ମାନ ହେଉଛି ତିନୋଟି ପକ୍ଷୀ, ଯଦି ସେମାନେ ଉଡ଼ିଯାଆନ୍ତି ଆଉ କେବେ ଫେରି ଆସିନଥାନ୍ତି ।
୦୩. ଜରୁରୀ ନୁହେଁ ଯେ କେବଳ ଖରାପ କାର୍ଯ୍ୟ ହେତୁ ଜଣେ ସର୍ବଦା ଯନ୍ତ୍ରଣା ପାଇଥାଏ। ବେଳେ ବେଳେ ଜଣେ ବହୁତ ଭଲ କାର୍ଯ୍ୟ କରିଥିବା ହେତୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିଥାଏ ।
୦୪. ଆଜିର ଯୁଗରେ କିଛି ଲୋକ ବିନା ସ୍ୱାର୍ଥରେ ଭଲ କଥା ପଦେ ମଧ୍ୟ କରି ନଥାନ୍ତି ।କେବଳ ନିଜର ସ୍ବାର୍ଥ କୁ ପ୍ରାଧାନ୍ଯ ଦେଇ ଚାଲିଥାନ୍ତି।
୦୫.କାହାଠାରୁ ଅଧିକ ଆଶା ରଖ ନାହିଁ,କାରଣ…ଯାହା ସହିତ ତୁମେ ଅଧିକ ଜଡ଼ିତ ରହିଥାଅ, ସେମାନେ ହିଁ ଦିନେ ତୁମକୁ ଗଭୀର କ୍ଷତ ଦେଇଥାନ୍ତି ।
୦୬.କେବଳ ଦୁଇଜଣ ହିଁ ଜାଣନ୍ତି ଯେ ,ଆମେ ଆମ ଜୀବନରେ କେତେ ଠିକ୍ ଏବଂ କେତେ ଭୁଲ୍ ଅଟୁ। ଜଣେ ହେଉଛନ୍ତି ପରମାତ୍ମା,ଏବଂ ଅନ୍ୟ ଜଣେ ଅନ୍ତର ଆତ୍ମା ।
୦୭. ମଣିଷର ଚାଲି ଚଳଣି ଧନ ଯୋଗୁଁ ବଦଳି ଥାଏ ଏବଂ ଭଲ ଗୁଣ ଯୋଗୁଁ ମଧ୍ୟ ବଦଳି ଥାଏ ।ଯେତେବେଳେ ଧନ ଥାଏ ବହାଦୁରୀ ମାରି ଚାଲିଥାଏ । ଯଦି ଗୁଣ ସମ୍ପର୍ଣ୍ଣ ହୋଇଥାଏ ତେବେ ବିନମ୍ର ସହକାରେ ଚାଲିଥାଏ ।
୦୮. କଥା କମ୍ କର ଏବଂ କାର୍ଯ ବଡ଼ କର। କାରଣ ଏଦୁନିଆ କମ୍ ଶୁଣିଥାଏ ଏବଂ ଅଧିକ ଦେଖିଥାଏ ।🙏ଜୟ ହନୁମାନ 🙏ଓଁ ଶନି ଦେବାୟ ନମଃ🙏ଶୁଭ ସକାଳ,ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏 ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

 

- Advertisement -

Leave A Reply

Your email address will not be published.