ଭୁବନେଶ୍ୱର,୨୭/୮(ଏସଏସନିୟୁଜ) ଆସନ୍ତା ୧ ତାରିଖରୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି । ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି ।ଏହାସହ ମନ୍ଦିର ପରିସରରେ ଭୋଗ ଲଗାଇବା କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ସେହିଭଳି ମନ୍ଦିର ଭିତରେ ଏକାକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । କଟକଣା ଉଲ୍ଲଂଘନ କଲେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଛି।