ଭୁବନେଶ୍ୱର,୧୨ା୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆରମ୍ଭ ହୋଇଥିବା ରବିବାର ପକ୍ଷୀ ପଦଯାତ୍ରା ୨୦୦ ରବିବାରରେ ପହଁଚିଛି ।ଏହି ପଦଯାତ୍ରା ପ୍ରତି ରବିବାରଦିନ ହୋଇଥାଏାପକ୍ଷୀମାନଙ୍କ ବିଷୟରେ ଜାଣିବା, ଚିହ୍ନିବା,ସଂରକ୍ଷଣ ଓ ସେମାନଙ୍କ ଆବଶ୍ୟକତାର ଶିକ୍ଷାନେବା ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଛି । ୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ୬ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିବା ଶିକ୍ଷା ଭିତିକ ସାପ୍ତାହିକ ରବିବାର ପକ୍ଷୀପଦ ଯାତ୍ରା କାର୍ଯ୍ୟକ୍ରମରେ ସମୁଦାୟ ୬୦୦ରୁ ଅଧିକ ପକ୍ଷୀପ୍ରେମୀ, ଛାତ୍ର, ଗବେଷକ ଏବଂ ପ୍ରକୃତି ପ୍ରେମୀ ଅଂଶଗ୍ରହଣ କରିସାରିଲେଣି ।୨୦୦ ନିରନ୍ତର ସାପ୍ତାହିକ ପଦଯାତ୍ରାରେ ୭୫ ଜଣ ପକ୍ଷୀ ପରୀକ୍ଷକ ଏବଂ ପ୍ରକୃତିପ୍ରେମୀ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା । ଏହି ପଦଯାତ୍ରା ମଧ୍ୟରେ ୧୬୮ ପ୍ରଜାତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି ।ନନ୍ଦନକାନନ ପକ୍ଷରୁ କରାଯାଇଥିବା ପକ୍ଷୀ ଡକ୍ୟୁମେଂଟରେ ଏହି ନୁଆ ପ୍ରଜାତିକୁ ମିଶାଇ ସମୁଦାୟ ପକ୍ଷୀପ୍ରଜାତି ସଂଖ୍ୟା ୨୧୦କୁବୃଦ୍ଧି ପାଇଛି । ଯେଉଁଥିରେ ନୁଆନୁଆ ଅନେକ ବିରଳ ଏବଂ ପ୍ରବାସୀ ପକ୍ଷୀ ଅନ୍ତର୍ଭୁକ୍ତ ଅଛନ୍ତି ।ଏହି ପକ୍ଷୀପଦଯାତ୍ରାରେ ଅଂଶଗ୍ରହଣ କାରିମାନେ ନନ୍ଦନକାନନ ଅଭ୍ୟାରଣ୍ୟର ଚତୁପାଶ୍ୱର୍ରେ ଥିବା କାଞ୍ଜିଆ, କିଆଖଣି, ବଡବାଙ୍କ ଆଦି ଜଳଉସ୍ ପାଖକୁ ଯାଇ ସେଠାକୁ ଆସୁଥିବା ପକ୍ଷୀମାନଙ୍କ ଗତିବିଧି ଉପରେ ଲକ୍ଷ ରଖିଥିଲେ ।
