କଟକ, ୧୨।୧(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ପଦ୍ମନାଭନଗର ନିକଟରେ ଥିବା ଏକ ଘରୋଇ ଆପାର୍ଟମେଣ୍ଟର କଡ଼ରେ ଥିବା ଏକ ପୋଖରୀରେ ପଡ଼ି ଷଣ୍ଢ ଗୁରୁତର ଆହତ ହୋଇଛି।
ପ୍ରକାଶଯେ,ସୋମବାର ଦିନ ସକାଳୁ ଷଣ୍ଢଟି ଖାଦ୍ୟ ଅନ୍ୱେଷଣରେ ପୋଖରୀ ଭିତରକୁ ପଶିଯାଇଥିଲା। ପୋଖରୀ ଭିତରେ ପ୍ରବଳ ପଙ୍କକାଦୁଅ ହୋଇଥିବାରୁ ଷଣ୍ଢଟି ପୋଖରୀ ଭିତରୁ ଉଠି ନପାରି ଫସି ରହିଥିଲା। ଏହାଦେଖି ସ୍ଥାନୀୟ ଲୋକମାନେ ଷଣ୍ଢଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ପରେ ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକଙ୍କଠାରୁ ସୁଚନା ପାଇ ବାରଙ୍ଗ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ପୋଖରୀ ଭିତରେ ଫସି ରହିଥିବା ଷଣ୍ଢକୁ ଉଦ୍ଧାର କରିଥିଲେ।
Prev Post
Next Post
