୨୦୨୭ରେ ପଞ୍ଚାୟତ ଓ ପୌରନିର୍ବାଚନ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଆସନ୍ତା ବର୍ଷ ୨୦୨୭ ଜାନୁଆରୀ – ଫେବୃଆରୀରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ । ରାଜ୍ୟ ନିର୍ବାଚନକମିଶନର ପ୍ରସ୍ତୁତିବୈଠକ ଅବସରରେ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ,କାର୍ଯ୍ୟକାଳ ସରୁଥିବାରୁ ନୂଆନିର୍ବାଚନ ହେବ । ସେହି ନିର୍ବାଚନପାଇଁ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ।
ଆସନ୍ତା ମାର୍ଚ୍ଚସୁଦ୍ଧା ସରିବ ଭୋଟର ସର୍ଭେ ।ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ । ଏସଆଇଆର ସହ ଏହି ସର୍ଭେର କୌଣସି ସମ୍ପର୍କନାହିଁ ।ଆବଶ୍ୟକସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ।ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରିବା ପ୍ରାଥମିକ ଲକ୍ଷ୍ୟ ବୋଲି କହିଛନ୍ତି ।

- Advertisement -

Leave A Reply

Your email address will not be published.