ଭଦ୍ରକ,୧୭।୧(ଏସଏସନିଉଜ)ଓଡ଼ିଶାର ସବୁଠାରୁ ବଡ଼ ଗୋମାଫିଆ ବୋଲି କୁହାଯାଉଥିବା ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ଗୋମାଫିଆ ଶେଖ୍ ରାଜନ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସର ମିଳିତ ଚଢ଼ାଉ କରି ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଜବତ କରିଛି।ଏହାସହ ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା ଆରମ୍ଭ କରିଛି।ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ାଉ ଆରମ୍ଭ କରାଯାଇଥିଲା।
