୨୦ହଜାର ଲୋକଙ୍କୁ ଗ୍ରାମକଣ୍ଠଜମିପଟ୍ଟା ଆବଣ୍ଟନକଲେ ମୁଖ୍ୟମନ୍ତ୍ରୀ

0 130

ଭୁଵନେଶ୍ବର,୨୬ା୩(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ଗଞ୍ଜାମଜିଲ୍ଲା ଗସ୍ତକରି ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗର ଆଦିସ୍ଥାନରେ ୨୦୦୦କୋଟି ଟଙ୍କାର ବିଭିନ୍ନପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୁର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା।ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ୨୦ହଜାରଲୋକଙ୍କୁ ଗ୍ରାମକଣ୍ଠଜମି ପଟ୍ଟା ପ୍ରଦାନ କରିଛନ୍ତି। ଛତ୍ରପୁର ରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବି ସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା।ଏହି ସବୁସ୍ଥାନରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନଦେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମଜିଲ୍ଲାକୁ ରଜ୍ୟର ଏକ ଆଗୁଆଜିଲ୍ଲା ବୋଲି ମତଦେବା ସହିତ ଏହାକୁ ଦେଶର ଏକ ନମ୍ବର ଜିଲ୍ଲା କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେûମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମରେ ମିଶନଶକ୍ତି ମାମାନଙ୍କୁ ୬୧୪ କୋଟିଟଙ୍କାର ଋଣ ଦେଇଥିଲେ। ଛତ୍ରପୁରରେ ୧୮୦କୋଟି, ହିଞ୍ଜିଲିରେ ୧୫୪ କୋଟି ଓ କବିସୁର୍ଯ୍ୟନଗରରେ ୨୮୦ କୋଟିଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ମାମାନଙ୍କର ଉନ୍ନତିହେଲେ ଦେଶର ଉନ୍ନତିହେବ ବୋଲି ମୁଖ୍ୟମନ୍ତ୍ରୀ କହଥିଲେ।

 

Leave A Reply

Your email address will not be published.