୨୩ରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସବ

ଭୁବନେଶ୍ୱର,୨୧।୨(ଏସଏସନିଉଜ) ବାରଙ୍ଗ ଓ ପଟିଆ ଅଞ୍ଚଳର ଥିବା ତଥା ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ରହିଥିବା କାନନକ୍ଷେତ୍ରର ସର୍ବ ପୁରାତନ ଜଗନ୍ନାଥମନ୍ଦିର ନୂତନ ଭାବେ ଗଢା ଯାଇଛି।ପ୍ରାୟ ୩କୋଟି ଟଙ୍କା ବ୍ୟୟ ବାରଦରେ ନିର୍ମିତ ଏହି ପୁରାତନ ମନ୍ଦିର ଓ ଏହାର ପରିସରକୁ ନୂଆ ରୂପ ଦିଆଯାଇଛି।ନୂଆ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପାତ୍ର ସୂଚନା ଦେଇଛନ୍ତିକି, ଏହି ଧାର୍ମିକ ଉତ୍ସବର ପ୍ରଥମ ଦିନରେ ୬୦୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ବାରଙ୍ଗ ପୁରୀମେନ୍ କେନାଲରୁ ବିରାଟ ପଟୁଆରରେ ଏକ କଳସ ଶୋଭାଯାତ୍ରାରେ ଆସିବେ।ଏହାପରେ ବିଧି ଅନୁଯାୟୀ ଘଟ ସ୍ଥାପନ କରାଯିବ । ଯଥା ବିଧି ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ ସୂର୍ଯ୍ୟପୂଜା, ଯଜ୍ଞାରମ୍ଭ, ଆଳତୀ ଏବଂ ଶେଷଦିନରେ ପୂର୍ଣ୍ଣାହୂତି ଅନୁଷ୍ଠିତ କରାଯିବ ।ରାଜ୍ୟର ପ୍ରତିଷ୍ଠିତ ପଣ୍ଡିତମାନଙ୍କ ଦ୍ଵାରା ମନ୍ଦିର ପ୍ରତିଷ୍ଠା କରାଯିବ। ସବୁଦିନ ସନ୍ଧ୍ୟାରେ ଅଷ୍ଠପହରୀ ,ସଙ୍କୀର୍ତ୍ତନ ସାଙ୍ଗକୁ ନାମୀଦାମୀ କଳାକାରମାନଙ୍କୁ ନେଇ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ କରାଯିବ। ପ୍ରତିଦିନ ଅଢେଇହଜାର ଭକ୍ତଙ୍କ ପାଇ ପ୍ରସାଦସେବନର ବ୍ୟବସ୍ଥା କରାଯିବ।


ପ୍ରତିଷ୍ଠା ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିବା ସହିତ ଆଶ୍ରିବାଦ ପ୍ରାପ୍ତି କରିବେ ବୋଲି ଆଶା ବାନ୍ଧିଛନ୍ତି ମନ୍ଦିର କମିଟି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ସୁବାସ ଚନ୍ଦ୍ର ପାତ୍ର ଙ୍କ ତତ୍ତ୍ଵାବଧାନରେ ସଦସ୍ୟମାନେ ପରିଚାଳନା କରିବା ସହିତ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ସାହାର୍ଯ୍ୟ ସହଯୋଗର ହାତ ବଢ଼ାଇବାକୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି ।ଏହି ସମ୍ମିଳନୀରେ ମନ୍ଦିର କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.