ଆଜିର ରାଶିଫଳ

ପୂଜାଘରେ କାହିଁକି ରଖାଯାଏ ଜଳର ପାତ୍ର ?

ଫେବୃଆରୀ ମାସ ୨୩ ତାରିଖ ୨୦୨୬ ମସିହା (ସୋମବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ଦିବା ଘ୦୯/୦୩ ଗତେ ସପ୍ତମୀ,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୫/୦୫ ଗତେ କୃର୍ତ୍ତିକା,ସୁର୍ୟୋଦୟ-ପ୍ରାତଃଘ୦୬/୧୫/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୩୬,ଯୋଗିନୀ ପଶ୍ଚିମେ ଦିବା ଘ୦୯/୦୩ ଗତେ ବାୟବ୍ୟେ,ମେଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୯/୦୩ ଗତେ ଏକପାଦ ଦିବା ଘ୦୫/୦୫ ଗତେ ଦ୍ଵିପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୪୦ଗତେ ଘ୦୯/୧୦ ମଧ୍ୟେ,
ବାରବେଳା- ଦିବା ଘ୦୨/୫୩ ଗତେ ଘ୦୪/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୦ ମଧ୍ୟେ ଓ ଘ୧୧/୦୪ ଗତେ ଘ୦୧/୨୮ ମଧ୍ୟେ ଓ ରାତ୍ରି ଘ୦୬/୩୦ ଗତେ ଘ୦୮/୫୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୧ ଗତେ ଘ୦୫/୨୮ ମଧ୍ୟେ,ଅଦ୍ୟ ନିମ୍ବ ଦିବା ଘ୦୯/୦୩ ଗତେ ତାଳ ଭକ୍ଷଣ ନିଷେଧ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣା ରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:- ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:- ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:- ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।।

ପୂଜାଘରେ କାହିଁକି ରଖାଯାଏ ଜଳର ପାତ୍ର ?
ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି।ଭଗବାନଙ୍କୁ ସକାରାତ୍ମକତାର ସ୍ରୋତ ଭାବେ ବିବେଚିତ କରାଯାଇଛି । ସେଥିପାଇଁ ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘର ପାଇଁ ଉତ୍ତରପୂର୍ବ ଦିଗ ଉପଯୁକ୍ତ ଅଟେ । ସାଧାରଣତଃ ପୂଜାସାମଗ୍ରୀ ବ୍ୟତୀତ ଶଙ୍ଖ,ଗରୁଡ଼ଘଣ୍ଟି, କଉଡ଼ି, ଗଙ୍ଗାଜଳ, ଚନ୍ଦନ,ଜଳର ପାତ୍ର ଇତ୍ୟାଦି ପୂଜାଘରେ ରଖାଯାଇଥାଏ ।ତେବେ ପୂଜାଘରେ ଜଳରପାତ୍ର ରଖିବା ପଛରେ ମଧ୍ୟ ଏକ କାରଣ ରହିଛି ?
ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘରର ଉତ୍ତର କିମ୍ବା ଐଶନ୍ୟ କୋଣରେ ଜଳରପାତ୍ର ରଖିବା ଉଚିତ।ବିଶେଷକରି ତମ୍ବା ପାତ୍ରରେ ଜଳରଖିବା ଶୁଭ ହୋଇଥାଏ । ଏହାଦ୍ୱାରା ଘରର ସୁଖସମୃଦ୍ଧି ବୃଦ୍ଧି ହେବା ସହ ସକାରତ୍ମକ ଉର୍ଜ୍ଜା ସଂଚାର ହୋଇଥାଏ ।
୧. ପୂଜାଘରେ ଜଳରପାତ୍ର ରଖିବା ଶୁଦ୍ଧତାର ପ୍ରତୀକ ଅଟେ,ଏହା ଦ୍ୱାରା ନକାରାତ୍ମକଶକ୍ତି ଦୂର ହେବା ସହ ସକାରାତ୍ମକତାର ସଂଚାର ହୋଇଥାଏ ।
୨. ଜଳକୁ ବରୁଣଦେବତା ଭାବରେ ପୂଜାଚ୍ଚର୍ନା କରାଯାଇଥାଏ । ବିଶେଷକରି ଯଜ୍ଞ ସମୟରେ ଏକ ପାତ୍ରରେ ତୁଳସୀ କିମ୍ବା ଆମ୍ବ ପତ୍ର ସହ ଜଳ ସ୍ଥାପନା କରାଯାଇଥାଏ ଯାହା ପବିତ୍ର ଅଟେ ।
୩. ପୂଜାଘରେ ଥିବା ଜଳପାତ୍ର(ଧାତୁ ନିର୍ମିତ)ରୁ ଠାକୁରଙ୍କୁ ଗାଧୁଆଯାଏ । ତେଣୁ ଏକ ପ୍ରକାର ଏହି ଜଳ ପବିତ୍ରତାର ପ୍ରତୀକ ହୋଇଥିବାରୁ ଘରର ସମସ୍ତ କୋଣରେ ଛିଞ୍ଚିବା ଦ୍ୱାରା ନକାରାତ୍ମକଶକ୍ତି ଦୂରେଇ ଥାଏ ।
୪. ଆଚମନ୍ ବିଧି ପାଇଁ ଜଳର ଲୋଟା ପୂଜା ଘରେ ରଖାଯାଇଥାଏ । ଦେବିଦେବତାଙ୍କୁ ଭୋଗ ରାଗ ଅପଣ କରିବା ସହ ଜଳ ମଧ୍ୟ ଅର୍ପଣ କରାଯାଏ ।
୧.ଘରର ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର ଥିଲେ ଘରେ ଦୈଵଶକ୍ତି ପ୍ରବେଶ କରି ନ ଥାନ୍ତି ଏହା ପରିବାରପାଇଁ ରୋଗ,ଦୁଃଖ ଓ ଦାରିଦ୍ର୍ୟତାର କାରଣ ହୋଇଥାଏ।
୨.ଘର ସାମ୍ନାରେ ବଡ଼ଗଛ କିମ୍ବା ଖମ୍ବ ଥିଲେ ପିଲାମାନଙ୍କ ପାଇଁ ଏହା ବହୁତ ଅଶୁଭ ହୋଇଥାଏ,ତେଣୁ ଘର ସାମ୍ନାରେ ସ୍ୱସ୍ତିକ ଚିନ୍ହ କିମ୍ବା ଓଁ ଲେଖିବା ଉଚିତ।
୩.ଘରକୁ ଶୁଭତ୍ୱ ଆଣିବାପାଇଁ ହେଲେ ମୁଖ୍ୟ ମୁରୁଜ ପକାଇବା ଉଚିତ ଏବଂ ଫୁଲରେ ସଜାଇବା ଉଚିତ କିମ୍ବା ଛୋଟ ଛୋଟ ଘଣ୍ଟି ଲଗାଇବା ଉଚିତ।
୪.ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଜୋତା ଚପଲ ରଖିବା ଉଚିତନୁହେଁ କାରଣ ଏହା ଅଶୁଭ ଓ ଅଶାନ୍ତିର କାରଣ ହୋଇଥାଏ।
୫.ଯେଉଁଘରେ ଲୋକମାନଙ୍କ ମଧ୍ୟରେ ଛୋଟଛୋଟ କଥାରେ କଳହ ଲାଗୁଥାଏ ତେବେ ଶନିବାରଦିନ ଅଟାପେଶୀ କିଛି ବୁଟଚୁନା ମିଶାଇ ରୁଟିକରି ଖାଇଲେ ତାହା ଦୁର ହୋଇଥାଏ।।ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା।।

 

- Advertisement -

Leave A Reply

Your email address will not be published.