୨୪ ଘଣ୍ଟାରେ ୬୦୧୯ କରୋନା ଆକ୍ରାନ୍ତ ଚିହ୍ନଟ , ୪୩ମୃତ

0 152

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଥିବାନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫ ଜଣ ରହିଥିବା ବେଳେ ଅନୁଗୁଳ, କଟକ, ଝାରସୁଗୁଡା, ସୁନ୍ଦରଗଡରୁ ୪ ଜଣ ଲେଖାଏଁ ,ବରଗଡ, ବଲାଙ୍ଗୀର, ବୌଦ୍ଧରୁ ୩ ଜଣ ଲେଖାଏଁ ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୨ ଜଣ ଲେଖାଏଁ.ସମ୍ବଲପୁର, ରାୟଗଡା, ନୂଆପଡା, କୋରାପୁଟ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ଵରରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୧୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୩୧୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୫୬୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୨୩ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ୫୩ଜଣଙ୍କ ମୃତ୍ୟୁ ହୋଇଛି ଓ ରାଜ୍ୟରେ ୧୨୮୭୯୬୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

 

Leave A Reply

Your email address will not be published.