ଆଜି ବସିବ କ୍ୟାବିନେଟ୍ ବୈଠକ

0 184

ଭୁବନେଶ୍ୱର,୯/୬(ଏସଏସନିୟୁଜ) ଆଜି ଅପରାହ୍ନ ୬ଟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫେରେନ୍ସ ଜରିଆରେ ବୈଠକରେ ସାମିଲ ହେବାର ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟରେ ଓଡ଼ିଶା ପ୍ରଶାସନିକ ସେବା, ଓଏଏସ୍‍ ଅଧିକାରୀଙ୍କ ‘କ୍ୟାଡର’ ପୁନର୍ବିନ୍ୟାସ ପ୍ରସ୍ତାବ ସହିତ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ ଅନୁମୋଦନ ମିଳିପାରେ ।

Leave A Reply

Your email address will not be published.