ଜୁନ ୧୧ରେ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦେବ ଧାରଣା

0 160

ଭୁବନେଶ୍ୱର,୮/୬(ଏସଏସନିୟୁଜ)ତେଲ ଦର ବୃଦ୍ଧି ପ୍ରତିବାଦରେ ଜୁନ ୧୧ରେ କଂଗ୍ରେସର ଆନ୍ଦୋଳନ । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ସକାଳ ୭ଟାରୁ ୧୧ଟା ଯାଏ ବିକ୍ଷୋଭ କରିବେ କର୍ମୀ । ଗତ ୫ ମାସରେ ୪୩ ଥର ତେଲ ଦର ବଢ଼ିଥିବାରୁ ଏହାର ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ତୁରନ୍ତ ତୈଳଯାତ ଦ୍ରବ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶରେ ସକାଳ ୭ରୁ ୧୧ଟା ପର‌୍ୟ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଧାରଣା ଓ ବିକ୍ଷୋଭ ଦିଆଯିବାନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।ଏହିସମୟରେ ଏହି ଅବସରରେ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରିବାକୁ ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.