ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ନୂଆ ନିର୍ବାଚନ କମିଶନର

0 156

ଭୁବନେଶ୍ୱର,୮/୬(ଏସଏସନିୟୁଜ) ଦେଶର  ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ। ଉତ୍ତର ପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ଅଟନ୍ତି। ସେ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଏନଜିଟିର ସଦସ୍ୟ ଏବଂ ଉତ୍ତରପ୍ରଦେଶର ଔଦ୍ଦ୍ୟଗିକ ବିକାଶର କମିଶନର ମଧ୍ୟ ରହି ସାରିଛନ୍ତି। ଏହାସହ ପ୍ରତିରକ୍ଷା ମନ୍ତ୍ରାଳୟର ଅତିରିକ୍ତ ସଚିବ ଓ କେନ୍ଦ୍ର ଶ୍ରମ ତଥା ରୋଜଗାର ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ ସେ କାମ କରିସାରିଛନ୍ତି । ନୂଆ ନିର୍ବାଚନ କମିଶନର ଭାବେ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି । ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଏପ୍ରିଲ ୧୨ରେ ଅବସର ନେବା ପରେ ଅନୁପ ପାଣ୍ଡେଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଭାରତ ସରକାରଙ୍କ ତରଫରୁ ମଙ୍ଗଳବାର ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Leave A Reply

Your email address will not be published.