ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ

0 202

ଭୁବନେଶ୍ୱର,୮/୬(ଏସଏସନିୟୁଜ) କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ । ବେଡ୍ ଓ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସମ୍ପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ତୃତୀୟ ଲହର ମୁକାବିଲା ପାଇଁ ତାଲିମ ନେବେ ୧୧୧୪ ଡାକ୍ତର ଓ ୧ ହଜାର ୩୬ ସ୍ବାସ୍ଥ୍ୟକର୍ମୀ । ସେହିଭଳି ଆବଶ୍ୟକ ଉପକରଣ ଓ ଔଷଧ ମହଜୁଦ ରଖିବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଦୈନିକ ଟିକାଦାନକୁ ୩ ଲକ୍ଷକୁ ବୃଦ୍ଧି କରିବାକୁ କହିଛନ୍ତି ।
ରାଜ୍ୟରେ ପଜିଟିଭ ରେଟ୍ ହ୍ରାସ ପାଇଥିବାବେଳେ ଦୈନିକ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାଗୁଡ଼ିକ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜୁଲାଇ ୧୫ସୁଦ୍ଧା ଭୁବନେଶ୍ବରରେ ୪୫ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ରୁ ୪୪ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ୍ ସମ୍ପୂର୍ଣ୍ଣ ହୋଇଯିବ । ତେବେ ସାରାରାଜ୍ୟରେ ଦୈନିକ ଟିକାଦାନକୁ ୩ଲକ୍ଷକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ବିଭିନ୍ନ ପର୍ବପର୍ବାଣି ଆସୁଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କରୋନାର ତୃତୀୟ ଲହର ମୁକାବିଲା ପାଇଁ ୩ହଜାର ବେଡ୍, ୨ହଜାର ୩୯୦ ଆଇସୋଲେସନ ବେଡ୍ ଏବଂ ୬୧୦ ଓଉଟ ବେଡ୍ ପ୍ରସ୍ତୁତ ରଖାଯାଇଛି । ସେହିଭଳି ଆବଶ୍ୟକ ଉପକରଣ ଓ ଔଷଧ ମହଜୁଦ୍ ରଖିବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.