୨୪ ଘଣ୍ଟାରେ ୬୯୯୮ ନୂଆ କରୋନା ସଂକ୍ରମିତ

0 230

ଭୁବନେଶ୍ୱର, ୨୯/୪ (ଏସଏସନିୟୁଜ)ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କମଧ୍ୟରେ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୩୨୫, ବାଲେଶ୍ୱରରୁ ୯୭ଜଣ , କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ଦେବଗଡ଼ରୁ ୭୪ ଜଣ, ରାୟଗଡ଼ାରୁ ୧୮୧, ନୂଆପଡ଼ାରୁ ୪୨୦ ଜଣ,ଝାରସୁଗୁଡ଼ାରୁ ୩୯୬, ଯାଜପୁରରୁ ୨୨୬, ବରଗଡ଼ରୁ ୩୩୦, ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, କନ୍ଧମାଳରୁ ୪୫ ଜଣ, ନବରଙ୍ଗପୁରରୁ ୨୫୫ ଓ ବଲାଙ୍ଗିରରୁ ୨୩୬ , କେନ୍ଦୁଝରରୁ ୧୬୦ ଜଣ, ସୁବର୍ଣ୍ଣପୁରରୁ ୧୩୧ ଜଣ, ଗଞ୍ଜାମରୁ ୧୨୮ ଜଣ, ଗଜପତି ଓ ନୟାଗଡ଼ରୁ ୧୨୧ ଲେଖାଏଁ, ଜଗତସିଂହପୁରରୁ ୧୦୪ ଜଣ, ଭଦ୍ରକରୁ ୯୧ ଜଣ, କେନ୍ଦ୍ରାପଡ଼ାରୁ ୭୭ ଜଣ, ବୌଦ୍ଧରୁ ୬୫ ଜଣ, କୋରାପୁଟରୁ ୫୭ ଜଣ, ମାଲକାନଗିରିରୁ ୩୦ ଜଣ, ଢେଙ୍କାନାଳରୁ ୨୨ଜଣ ଓ ଷ୍ଟେଟ୍ ପୁଲରୁ ୧୮୫ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.