ଆଜି ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ଭୋଟ୍

0 364

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) ସମଗ୍ର ଦେଶରେ କରୋନା ଭାଇରସ୍ ଭୟାବହତା ଦେଖାଦେଇଥିବାବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଅଷ୍ଟମ ତଥା ଅନ୍ତିମ ପର‌୍ୟ୍ୟାୟ ଭୋଟ୍ ଚାଲିଛି । ଅଷ୍ଟମ ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ଆଦି ୩୫ ଟି ସିଟ୍ ପାଇଁ ଗୁରୁବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର ।୧୧,୮୬୦ ମତଦାନ କେନ୍ଦ୍ରରେ ୩୫ ଜଣ ମହିଳାଙ୍କ ସମେତ ମୋଟ ୨୮୩ ଜଣ ପ୍ରାର୍ଥୀଙ୍କ ନିମନ୍ତେ ୮୪ ଲକ୍ଷ ୭୭ ହଜାର ୭୨୮ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟ୍ ଗଣନା ମେ ୨ ୨ ରେ ହେବ।

Leave A Reply

Your email address will not be published.