୨୪ ଘଣ୍ଟାରେ ୬,୨୧୫ ନୂଆ କରୋନା ପଜିଟିଭ୍

0 239

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩,୬୦୪ ଓ ଲୋକାଲ୍ କଣ୍ଟାକ୍ଟସ୍ ୨,୬୧୧ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚିଛି। ଏହାସହିତ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କମଧ୍ୟରେ ଗଞ୍ଜାମରୁ୨ ,କଳାହାଣ୍ଡିରୁ ., ବାଲେଶ୍ୱରରୁ୧, ବଲାଙ୍ଗିରରୁ୧,, କନ୍ଧମାଳରୁ୧, ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୭୩ରେ ପହଞ୍ଚିଛି।ଏହି ନୁଆ ଆକ୍ରାନ୍ତଙ୍କ ମଧୟରେ ସୁନ୍ଦରଗଡ଼ରୁ ୬୮୪ ,କଳାହାଣ୍ଡିରୁ ୬୮୨. ଖୋର୍ଦ୍ଧାରୁ ୯୫୦, ନୂଆପଡ଼ାରୁ ୪ଶହ ୪୬, କଟକରୁ ୩ଶହ ୮୩, ନବରଙ୍ଗପୁରରୁ ୨୫୭, ଝାରସୁଗୁଡ଼ାରୁ ୨୬୧, ପୁରୀରୁ ୩୦୬, ସମ୍ବଲପୁରରୁ ୨୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସର୍ବାଧିକ ସଂକ୍ରମିତ ଚିହ୍ନଟ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସମସ୍ତଙ୍କ ଆଗରେ ରହିଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.