୨୪ ଘଂଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍

0 251

ଭୁବନେଶ୍ୱର,୨୦/୪(ଏସ୍‌ଏସ୍‌ନିୟୁଜ)ପୁଣି ଚିନ୍ତା ବଢାଇଲାଣି କରୋନା ।ଗତ୨୪ ଘଂଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଲେ ସଙ୍ଗରୋଧରୁ ୨୭୮୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭୬ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଛି ।ସେମାନଙ୍କ ମଧ୍ୟରେ ନୂଆପଡ଼ାରୁ ୩ ଜଣ ଏବଂ କେନ୍ଦୁଝର ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୭ ହଜାର ୬୩୭ ରହିଥିବା ବେଳେ ୨୭ ହଜାର ୮୨୧ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳିବାବେ ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୬୭୩ .ନୂଆପଡ଼ା ୫୩୪ ,ବଲାଙ୍ଗୀରରୁ ୩୨୨, ଝାରସୁଗୁଡ଼ାରୁ ୨୩୪, ବଲାଙ୍ଗୀରରୁ ୧୯୮, ପୁରୀରୁ ୧୯୩, ସମ୍ବଲପୁରରୁ ୧୮୩,କଟକରୁ ୧୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Leave A Reply

Your email address will not be published.