୨୬ ଜାନୁଆରୀରେ କରିବେ ଟ୍ରାକ୍ଟର ରାଲି

ଖବର ଆଜିରତାରିଖ ୨୨-୦୧-୨୦୨୧ ଶୁକ୍ରବାର

0 278

୧-ଧାନ ଉଠିନି,ଟାର୍ଗେଟ ସରିଲା କେମିତି ?ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ ।
୨-ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ‘ପରୀକ୍ଷା ଦର୍ପଣ’ ।
୩–ଧାନ କିଣାରେ ଅନିୟମିତତା: ୧୫ ଜଣ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ ।
୪-ଜେ.ପି.ନଡ୍ଡାଙ୍କୁ ଉମାଭାରତୀଙ୍କ Tweet, ବିଜେପି ଶାସିତ ପ୍ରଦେଶରେ ନିଷିଦ୍ଧ ହେଉ ମଦ ।
୫-ଉପର ମୁହାଁ ଭାରତୀୟ ସେୟାର ବଜାର  । ମ୍ୟାଜିକ ପଏଣ୍ଟ ୫୦ ହଜାର ଛୁଇଁଲା ସେନସେକ୍ସ ଗତ ୧୦ ମାସ ଭିତରେ ପାଖାପାଖି ୨ ଗୁଣ ବୃଦ୍ଧି ।
୬-ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦ୍‌ଘାଟିତ, ଶିଳ୍ପୀଙ୍କୁ କରାଗଲା ସମ୍ମାନିତ ।
୭-ସେରମ୍ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା । ନିଆଁ ଲାଗି କମ୍ପାନିର ୫ କର୍ମଚାରୀ ମୃତ । ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା
୮-ଫିଲପାଇନସ୍‌ରେ ଭୀଷଣ ଭୂ-କମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦ ।
୯-ସିଲଭରସିଟିରୁ ନକଲି ସିମେଣ୍ଟ, ସ୍ମାର୍ଟସିଟିରୁ ସଢ଼ା ସସ୍ । ଟ୍ଵିନସିଟି ପାଲଟୁଛି ଏବେ ନକଲି ସିଟି ।
୧୦-ସରକାରଙ୍କ ପ୍ରସ୍ତାବକୁ ଖାରିଜ କଲା କୃଷି ସଂଗଠନ: ୨୬ ଜାନୁଆରୀରେ କରିବେ ଟ୍ରାକ୍ଟର ରାଲି ।
୧୧-ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର।
୧୨-କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ । ଭିତ୍ତିଭୂୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ।
୧୩-ଧକ୍କା ଖାଇଲା ଆମାଜନ୍, ଫ୍ୟୁଚର ଗ୍ରୁପକୁ କିଣିବ ରିଲାଏନ୍ସ, ୨୪ହଜାର ୭ ଶହ ୧୩ କୋଟିର କାରବାର ।
୧୪-ଆନ୍ଧ୍ରପ୍ରଦେଶରେ ନୂଆ ଯୋଜନା – ଏଣିକି ୪ ଚକିଆ ଗାଡ଼ିରେ ଘରେ ଘରେ ପହଞ୍ଚିବ ରାସନ ସାମଗ୍ରୀ ।
୧୫-ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କ ଚାକିରି ସ୍ଥାୟୀ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଅପିଲ ସୁପ୍ରିମକୋର୍ଟରେ ଖାରଜ ।
୧୬-କିଡ୍‌ନି ଦେବା ନାଁରେ ଠକେଇ ରାକେଟ୍ ମାମଲା : ଆଜି ରିମାଣ୍ଡରେ ଆସିବ କିଙ୍ଗପିନ୍ ହିମାଂଶୁ ।
୧୭-ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଜୋ ବାଇଡେନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବଦଳାଇଲେ ଟ୍ରମ୍ପଙ୍କ ୧୭ଟି ନିଷ୍ପତ୍ତି ।
୧୮-କିନ୍ନର ଆଦାୟ କରିବେ ପାର୍କିଂ ଫି’ । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.