୨୦ଜଣଙ୍କୁ ରାଜ୍ୟପାଳ ମେଡାଲ

0 112

ଭୁବନେଶ୍ୱର,୨୬ା୧(ଏସଏସନିଉଜ)କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ ପୋଲିସ ସମ୍ମାନିତ ହୋଇଛନ୍ତି। ୭ଟିକାଟାଗୋରୀରେ ୨୦ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ କରାଯାଇଛି । ଚନ୍ଦକାଏସଓଜିର ୨ଜଣ କମାଣ୍ଡୋ କମାଣ୍ଡୋ କୁମାର କର୍ମି ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତଙ୍କୁ ସାହାସିକତା ପୁରସ୍କାର ଦେଇଛନ୍ତି ସରକାର। ଟ୍ୱିନ୍‌ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ଦେଇ ସମ୍ମାନିତ କରାଯାଇଛି। ଅନ୍ୟପଟେ ସିକ୍ୟୁରିଟି ୱିଙ୍ଗ ଏସ୍‌ପି ସରୋଜ ମହାପାତ୍ରଙ୍କୁ ରାଷ୍ଟ୍ରପତି ପୋଲିସମେଡାଲ ମଧ୍ୟ ଦିଆଯାଇଛି। ଉଲ୍ଲେଖନୀୟ ସେବାପାଇଁ ୧୦ଜଣ ପୋଲିସକର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.