ଆଜିର ରାଶିଫଳ

0 209

୨୦୨୩ ମସିହା ଜାନୁୟାରୀ ମାସ ୨୭ ତାରିଖ (ଶୁକ୍ରବାର)ମାଘ ମାସ – ଶୁକ୍ଲପକ୍ଷ ,ତିଥି-ଷଷ୍ଠୀ ଦିବା ଘ୯/୨୨ ପର୍ଯ୍ୟନ୍ତତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୨୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୧/୦୬ ,ବିଛା,ଧନୁ ଓ ମୀନରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର , ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ , ନିମ୍ବ ଦିବା ଘ୯/୨୨ ଗତେ ତାଳଭକ୍ଷଣ ନିଷେଧା
ମେଷ-ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କରପ୍ରଭାବ ବଢିବ । ଆର୍ଥିକସ୍ଥିତି ମଜଭୁତହେବ । ଭ୍ରମଣରେ ବୁଲିଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତକରିବେ । ଲେଖକଙ୍କୁ ପୁରସ୍କାରମିଳିପାରେ । ପାରିବାରିକଜୀବନ ସୁଖମୟ ହେବ ।
ବୃଷ-ଅଧିକ ଚିନ୍ତିତ ରହିବେ। ତେଣୁ ଅସୁସ୍ଥ ବି ଅନୁଭବ କରିପାରନ୍ତି। ନୂଆକାର୍ଯ୍ୟ ଆରମ୍ଭ ନକଲେ ଭଲ। କଥାଉପରେ ନିୟନ୍ତ୍ରଣରଖନ୍ତୁ। ଖାଇବାପିଇବାପ୍ରତି ଧ୍ୟାନଦିଅନ୍ତୁ। ବ୍ୟବସାୟିକକାର୍ଯ୍ୟରେ ବାଧା ଉପୁଜିପାରେ।
ମିଥୁନ-ମନୋରଞ୍ଜନରେ ଅଧିକସମୟ କାଟିବେ। ସୁସ୍ୱାଦୁଭୋଜନ ଖାଇବେ। ଆୟଅପେକ୍ଷା ବ୍ୟୟ ଅଧିକ ହେବ। କୌଣସି ପ୍ରସଙ୍ଗକୁନେଇ ଭାବୁକ ହେବେ।
କର୍କଟ-ଆଜି ଆପଣଙ୍କପାଇଁ ଅତ୍ୟନ୍ତ ଶୁଭଦିନ । କୌଣସି ନୂଆବିଚାରକୁ କାର୍ଯ୍ୟରେ ପରିଣତ କରିବେ । ଆପଣଙ୍କସହିତ ମିଶିବାଲୋକେ ପ୍ରଭାବିତହେବେ । ନୂଆଜମି କିଣିବାପାଇଁ ଦିନଟି ଭଲ । ପରିବାରରେ କୌଣସି ନୂଆଦାୟିତ୍ଵ ମିଳିପାରେ । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢିବ ।
ସିଂହ-ଆଜି ଆପଣଙ୍କ ଦିନଟି ଶୁଭମୟରହିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଉନ୍ନତିର ନୂଆ ରାସ୍ତା ଖୋଲିବ । କର୍ମକ୍ଷେତ୍ରରେ ଆପଣଙ୍କକାମର ପ୍ରଶଂସାହୋଇପାରେ । ପ୍ରେମୀଯୁଗଳଙ୍କ ପାଇଁ ଦିନଟିଭଲ । ଅଚାନକ ଆର୍ଥିକଲାଭର ସୁଯୋଗ ରହିଛି ।
କନ୍ୟା-ଫୂର୍ତ୍ତି ଅନୁଭବକରିବେ। କାମକରିବାକୁ ଉତ୍ସାହବଢ଼ିବ। କାହାଦ୍ୱାରା ଅପମାନିତ ହୋଇପାରନ୍ତି। ତେଣୁ ଟିକେ ସତର୍କ ରହିଲେ ଭଲ। ଧନହାନି ଆଶଙ୍କା ରହିଛି।
ତୁଳା-ନୂଆକାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ଦିନଟି ଭଲଅଛି। ପ୍ରିୟଜନଙ୍କସହିତ ଭେଟହେବ। ଭାଗ୍ୟବୃଦ୍ଧି ହେବ। ମାନ-ସମ୍ମାନ ପାଇବେ।
ବିଛା-ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁନାହିଁ। ଅତ୍ୟଧିକକାର୍ଯ୍ୟ ହେତୁ ଥକିଯିବେ। ଭାଇଭଉଣୀ ଓ ଜୀବନସାଥୀଙ୍କ ସହଯୋଗ ମିଳିବ।
ଧନୁ-ଆଜି ଆପଣ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ରହିବାଯୋଗୁଁ ଅନେକକାର୍ଯ୍ୟ ଖୁସିରେ ସମାପ୍ତ କରିବେ । ଲକ୍ଷ୍ୟକୁନେଇ ଯାତ୍ରା ପୂରାକରିବାରେ ସଫଳହେବେ । ଆପଣଙ୍କ ବିନମ୍ର ବ୍ୟବହାର ଲୋକଙ୍କୁ ଆକର୍ଷିତକରିବ । ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ । ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ ।
ମକର-ଆଜି ଆପଣଙ୍କଭାଗ୍ୟ ଉଜ୍ଜ୍ଵଳରହିବ । ଯାହା କାମକରିବେ, ଆପଣଙ୍କୁ ସଫଳତା ମିଳିବ । ସାଙ୍ଗସାଥୀଙ୍କଠାରୁ ଭଲଖବର ପାଇବେ । ନୂଆଗାଡି କିଣିବାପାଇଁ ମନବଳାଇପାରନ୍ତି । ଜୀବନସାଥୀଙ୍କଠାରୁ ଖୁସି ପାଇବେ ।
କୁମ୍ଭ-ଆଜି ଆପଣଙ୍କଭାଗ୍ୟରେ ବହୁତ ସୁଖଦ ଓ ମଧୁରବାତାବରଣ ରହିବ । ଆଧ୍ୟାତ୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚହେବ । ମହତ୍ତ୍ଵପୂର୍ଣ୍ଣବ୍ୟାପାରରେ ସମାଧାନ ବାହାରହେବ । ଅଫିସକାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଦାମ୍ପତ୍ୟଜୀବନ ସୁଖମୟ ହେବ ।
ମୀନ-ଆଜି ବ୍ୟବସାୟ ଓ ଚାକିରୀକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗମିଳିବ । ପଦପ୍ରତିଷ୍ଠା ବଢିପାରେ । ଅଚାନକ ଆର୍ଥିକଲାଭ ହେବ । ପରିବାରମଧ୍ୟରେ ଆନନ୍ଦଉଲ୍ଲାସ ଦେଖାଦେବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ ।

ନିତୀବାଣୀ-ଜୀବନରେ ଜଗିରଖି Batting କରିବାକୁ ହୁଏ,ନହେଲେ ନିଜର ପ୍ରିୟ ପାଖ ଲୋକଟି ହିଁ ତୁମର Stumping କରେ ।
ବାସ୍ତୁ ଟିପ୍ପଣୀ-ଅଶୋକଗଛ- ସକାରାତ୍ମକଶକ୍ତିର ପ୍ରତୀକବୋଲି କୁହାଯାଏ। ବାସ୍ତୁଅନୁସାରେ ଏହି ଗଛଟି ସବୁବେଳେ ଘରର ମୁଖ୍ୟଦ୍ୱାରରେ ରହିବା ଆବଶ୍ୟକ। ଯଦି ଅଶୋକଗଛ ଶୁଖିଯାଏ ତେବେ କୁହାଯାଏଯେ ଘରର ସୁଖ ଓଶାନ୍ତିରେ ବାଧାଆସିଥାଏ । ଘରେ କଳହ ଓ ଆର୍ଥିକସମସ୍ୟା ଦେଖା ଦେଇଥାଏ । ତେଣୁ ଗଛଗୁଡିକର ଏହିସବୁ ସୂଚନା ଆମକୁ ଜୀବନପ୍ରତି ସତର୍କ କରିଥାଏ ।
ଅରଖଗଛ- ଏହା ଆମଜୀଵନରେ ଆସୁଥିବା ସବୁ ବାଧାବିଘ୍ନକୁ ଦୂରକରିଥାଏ । ଯେଉଁଘରେ ଆପେ ଆପେ ଅରଖଗଛ ଉଠିଥାଏ ସେଘରେ କୈାଣସି ଅଭାବ ରହେନାହିଁ। ଘରେ ଧନଧାନ୍ୟରେ ପୂରି ଉଠେ । ବାସ୍ତୁଶାସ୍ତ୍ରଅନୁସାରେ ଘରସମ୍ମୁଖରେ ଏହିଗଛ ଉଠିଲେ ତାକୁ ଉପାଡିବା ଅନୁଚିତ୍ ।
ଅଶ୍ୱତ୍ଥଗଛ- ଘରପାଖରେ ରହିଲେ ଏହା ନକାରାତ୍ମକଶକ୍ତି ପକାଇଥାଏ। ତେଣୁ ଏହିଗଛକୁ ଭୁଲରେ ବି ଆପଣ ନିଜଘରେ ବା ଆଖପାଖରେ ଲଗାନ୍ତୁନାହିଁ ବା ରହିବାକୁ ଦିଅନ୍ତୁନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଯଦିବି ଏହା ଆପଣଙ୍କଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଲଗାଇପାରିବେ।ଆପଣଙ୍କ ଦିନଟି ମଙ୍ଗଳମୟ ହେଉା !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.