ଦୁଇ କଏଦୀ ଖଲାସ

0 181

ମେଣ୍ଢାଶାଳ,୨୬।୫(ଏସଏସନିଉଜ) ଜାମୁଝରିସ୍ଥିତ ବିଜୁ ପଟନାୟକ ମୁକ୍ତାକାଶ କାରାଶ୍ରମରୁ ଶୁକ୍ରବାର ଦିନ ଦୁଇଜଣ କଏଦୀ ଖଲାସ ହୋଇଛନ୍ତି।ବ୍ରହ୍ମପୁର ସର୍କଲ ଜେଲରୁ ଏଠାକୁ ଆସିଥିବା ଦେବହରି ମହାନ୍ତି ଏଠାରେ ୭ବର୍ଷ୧୬ଦିନ ମୁକ୍ତାକାଶରେ ରହିବାପରେ ଖଲାସ ହୋଇ ଛନ୍ତି।ସେହିପରି ଭଦ୍ରକ ଅଂଚଳର ସୁଶାନ୍ତଦାସ ବଡ଼ବିଲ ସବ ଜେଲରୁ ୨୦ ଏପ୍ରିଲ ୨୦୨୨ରେ ଏଠାକୁ ଆସି ୧ବର୍ଷ ୧ମାସ୧୫ଦିନ ରହିବା ପରେ ଖଲାସ ହୋଇଛନ୍ତି।ଆଜି ସେମାନେ ଖଲାସ ହେବା ସମୟରେ ଜେଲ ଅଧିକ୍ଷକ ସରୋଜ କୁମାର ବିଶ୍ବାଳ ଅପରାଧଠାରୁ ଦୂରରେ ରହି ଶାନ୍ତିରେ ନୂଆ ଜୀବନ ଆରମ୍ଭ କରିବାକୁ ପରାମର୍ଶ ଦେଇ ଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.