୨ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା

ପ୍ରତିବାଦରେ ବିକ୍ଷୋଭ ଓ ଅଣ୍ଡାମାଡ଼

0 129

ଭୁବନେଶ୍ବର,୧୮।୧(ଏସଏସନିଉଜ) ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀବାସଭବନ ଆଗରେ ଅଣ୍ଡାମାଡ଼ କଲେ ଛାତ୍ର କଂଗ୍ରେସ କର୍ମୀ। ୨ଟି ଘଟଣାକୁ ନେଇ ପ୍ରତିବାଦ କରିବା ସହ ଅଣ୍ଡାମାଡ଼ କରିଛନ୍ତି।ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଓ ରାଜଧାନୀରେ ୨ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦ କରି ଏପରି କରାଯାଇଛି। ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ଘରଆଗରେ ବିକ୍ଷୋଭ ଓ ଅଣ୍ଡାମାଡ଼ ହୋଇଛି। ଅନ୍ୟପଟେ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ଭୁବନେଶ୍ୱର ଜିଲ୍ଲାବିଜେପି। ମାଷ୍ଟରକ୍ୟାଣ୍ଟିନ ଛକରେ ଜିଲ୍ଲାବିଜେପିର ଆନ୍ଦୋଳନ ଓ ପ୍ରତିବାଦ କରାଯାଇଛି।ଭୁବନେଶ୍ୱର ପଟିଆ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା GRPପୋଲିସ। ସୋମବାର ରାତିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ୨ ନାବାଳିକା। ରାତି ସାରା ୨ ଜଣଙ୍କୁ ଦଉଡ଼ିରେ ବାନ୍ଧି ଦୁଷ୍କର୍ମ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.