୩୦ରୁ ଅଧିକ ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

ସକାଳର ଖବର, ୧୪-ଜାନୁଆରୀ-୨୦୨୨,ଶୁକ୍ରବାର

0 284

➡୧-ଆଜି ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ପାଇଁ ସ୍ୱତନ୍ତ୍ର ରୀତି ନୀତି ପାଳିତ ହେବ। ଏଥର ମକର ମଉଜ ପଡ଼ିବ ଫିକା: ମେଳାରେ ବାଧକ ସାଜିଲା ମହାମାରୀ, ଉତ୍ସବ ପାଇଁ ଉତ୍ସାହ ଅଛି କିନ୍ତୁ କିଛି ହୋଇପାରୁ ନାହିଁ
➡୨-ଜାନୁଆରି ୧୯ରୁ ଆରମ୍ଭ ହେବ ‘ନିଟ୍-ୟୁଜି’ କାଉନ୍ସେଲିଙ୍ଗ୍ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ କଲେ ଘୋଷଣା ।
➡୩-ମକର ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ବେଳାଭୂମି, ଖୋର୍ଦ୍ଧା ପ୍ରସିଦ୍ଧ ଅଟ୍ରି, ମା କାଳିଜାଇ, ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ,ଘଟଗାଁ ତାରିଣୀ ସମେତ ଏକାଧିକ ପୀଠରେ ଲାଗୁହେଲା କଟକଣା । ଭକ୍ତଙ୍କ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ ।
➡୪-କୋଭିଡ୍‌-୧୯ ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା: ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ।
➡୫-ହସ୍ପିଟାଲ ପାଇଁ ସ୍ବାସ୍ଥ୍ୟ ବିଭାଗ ଜାରି କଲା ଗାଇଡଲାଇନ୍‌, ଜରୁରୀ ନଥିଲେ ରୋଗୀଙ୍କୁ ଆଡମିସନ୍ ମନା ।
➡୬-ହସ୍ପିଟାଲରେ କୋଭିଡ କଟକଣା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଗାଇଡଲାଇନ୍ । ଏଣିକି ଆଇପିଡି ଓ ଓପିଡିକୁ ଯାଇପାରିବେନି ଗଣମାଧ୍ୟମ ।
➡୭-ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଝାରସୁଗୁଡା ର ଆରଆଇ ଓ ଏଆରଆଇ । ଏକ ଲିଗାଲ ହେୟାର ସାର୍ଟିଫିକେଟ କରାଇ ଦେବା ପାଇଁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
➡୮-ବଢିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର‌୍ୟ୍ୟକାଳ: କାର‌୍ୟ୍ୟକାଳ ୬ ମାସ ବଢାଇବା ପାଇଁ କେନ୍ଦ୍ର ସରକାର ଦେଲେ ଅନୁମତି ।
➡୯-କୋରନା ସଂକ୍ରମଣ ବୃଦ୍ଧି ଯୋଗୁଁ ଖୁବଶୀଘ୍ର ସରକାରୀ ହସ୍ପିଟାଲରେ ପୁଣି ଆରମ୍ଭ ହେବ ଟେଲିମେଡିସିନ୍ ସେବା
➡୧୦-ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ୩ଊ ଆନିମେସନ ଫିଲ୍ମ ହେଲା ରିଲିଜ୍ । ଏହି ଫ୍ଲିମରେ ରାମ ମନ୍ଦିରର ନିର୍ମାଣ କାର‌୍ୟ୍ୟ କିପରି ଆଗେଇ ଚାଲିଛି ତାହା ଦର୍ଶାଯାଇଛି।
➡୧୧-ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ୍‌ରେ ୩୦ରୁ ଅଧିକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ହେଲେ କରୋନା ଆକ୍ରାନ୍ତ ।
➡୧୨-ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଗୌହାଟି ବିକାନେର ଏକ୍ସପ୍ରେସ ଦୁର୍ଘଟଣା : ୫ ଜଣକ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ହେଲେ ଆହତ । ପ୍ରତି ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ, ଏବଂ ଗୁରୁତର ଆହତଙ୍କୁ ମିଳିବ ଲକ୍ଷେ ଟଙ୍କା ବୋଲି ଖାଇଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
➡୧୩-ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ରେକର୍ଡ, ଗତ ୨୪ ଘଣ୍ଟାରେ ୨୮ ହଜାରୁ ଅଧିକ ସଂକ୍ରମିତ ହେଲେ ଚିହ୍ନଟ, ସେହିଭଳି୩୧ ଜଣକର ହୋଇଛି ମୃତ୍ୟୁ ।
➡୧୪-ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଭାରତୀୟ ଜନତା ପାର୍ଟିରେ ବିଧାୟକଙ୍କ ଇସ୍ତଫା ପର୍ବ ଥମିବାର ନାଁ ଧରୁନାହିଁ। ଏବେ ସୁଦ୍ଧା ୧୫ ଜଣ ବିଧାୟକ ଦେଲେଣି ଇସ୍ତଫା ।
➡୧୫-ଦେଶରେ ପ୍ରଥମ ‘ସାନିଟାରି ନାପ୍‌କିନ୍‌’ ମୁକ୍ତ ଗାଁ ହେବ କେରଳର କୁମ୍ବଲଙ୍ଗୀ ଗାଁ । ଏ ନେଇ ଘୋଷଣା କରିବେ କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ୍ ଖାଁ ।
➡୧୬-ଭୁଟାନର ଅଞ୍ଚଳରେ ଗାଁ ପରେ ଗାଁ ବସାଇ ଚାଲିଛି ଚୀନ, ସାଟେଲାଇଟ୍ ଚିତ୍ରରୁ ୬ଟି ଗାଁ ହେଲା ଚିହ୍ନଟ ।
➡୧୭-ପାକିସ୍ତାନରେ ଗର୍ଭ ନିରୋଧକ ସହିତ ୧୪୪ଟି ସାମଗ୍ରୀ ଉପରେ ଲାଗିବ ଜିଏସଟି, ବିରୋଧି କହିଲେ-“ଇମରାନ ଖାନ ଦେଶପାଇଁ ଶତାବ୍ଦୀର ସବୁଠୁ ବଡ଼ ଦୁଃଖ” ।
➡୧୮-ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟ : ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ମଜବୁତ ସ୍ଥିତିରେ ଦ. ଆଫ୍ରିକା: ବିଜୟ ପାଇଁ ଆବଶ୍ୟକ ୧୧୧ରନ୍‌, ଭାରତକୁ ୮ ଓ୍ବିକେଟ୍ ।
➡୧୯-ଭାରତୀୟ ମହିଳା ହକି ଜଗତରେ ଗତ ଏକ ଦଶନ୍ଧି ହେଲା ରାଜୁତି କରିଆସୁଥିବା ଓଡ଼ିଆ ତାରକା ଅନ୍ତର୍ଜାତୀୟ ହକିରୁ ନେଲେ ଅବସର ।
➡୨୦-ଇଣ୍ଡିଆନ୍ ଓପନ୍ କ୍ବାର୍ଟରରେ ସିନ୍ଧୁ, ପ୍ରଣୟ: ସାଇନାଙ୍କୁ ବିଦା କଲେ ମାଳବିକା ।
➡ଓମିକ୍ରନ୍ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସମସ୍ତଙ୍କ ସୁରକ୍ଷା ପାଇଁ ମାସ୍କ୍ ବ୍ୟବହାର କରି କୋଭିଡ୍ ର ସମସ୍ତ ନିୟମ ପାଳନ କରନ୍ତୁ ।।ଓଡ଼ିଆ ପରିବାର ର ତଥା ଆମ ଚଷା ଭାଇ ମାନଙ୍କ ପର୍ବ \”ପବିତ୍ର ମକର ସଂକ୍ରାନ୍ତି\” ଅବସରରେ ଅନେକ୍ ଅନେକ୍ ଶୁଭେଛା ଓ ଶୁଭକାମନା ।।ଶୁଭ ସକାଳ,ସୁପ୍ରଭାତ।।

Leave A Reply

Your email address will not be published.