୩୩ ପେଟି ଆସ୍କା-୪୦ ଜବତ

ମଦ ବେପାରୀ ଗିରଫ

0 70

ବାରଙ୍ଗ,୨୪।୩ (ଏସଏସନିଉଜ) ଶନିବାର ରାତିରେ ବେଆଇନ ଭାବେ ନିଜ ଘର ବାରଣ୍ଡାରେ ଆସ୍କା-୪୦ ମଦ ବିକ୍ରି କରୁଥିବା ବେଳେ ବାରଙ୍ଗ ପୋଲିସ ଚଢ଼ାଉ କରି ୩୩ ପେଟି ଆସ୍କା-୪୦ ମଦ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରି ରବିବାରଦିନ କୋର୍ଟଚାଲଣ କରିଛି।ଗିରଫ ଅଭିଯୁକ୍ତ ହେଉଛନ୍ତି ଏହି ଥାନା ଅନ୍ତର୍ଗତ ଅରିଲୋ ଗ୍ରାମର ପ୍ରମୋଦ ବେହେରା (୪୨)।
ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ବାରଙ୍ଗ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅରିଲୋ ଗ୍ରାମର ପ୍ରମୋଦ କୁମାର ବେହେରା ନାମକ ବ୍ୟକ୍ତି ତାର ଘର ବାରଣ୍ଡାରେ ଆସ୍କା-୪୦ ମଦ ବିକ୍ରି କରୁଅଛି।କାଳବିଲମ୍ଭ ନକରି ପୋଲିସ ତାଙ୍କ ଘର ଉପରେ ଚଢାଉ କରିଥିଲେ।ପୋଲିସ ପ୍ରମୋଦ ବେହେରାଙ୍କ ଘରୁ ୩୩ଟି ପେଟିରେ ଥିବା ପ୍ରାୟ ୧୬୫ ଲିଟର ଆସ୍କା-୪୦ ମଦ ଜବତ କରିଥିଲେ।ଏହି ମଦ ବିକ୍ରି କରିବା ନିମନ୍ତେ ପ୍ରମୋଦ କୌଣସି ବୈଧ ଲାଇସେନ୍ସ ଦେଖାଇ ପାରିନଥିଲେ।ତାଙ୍କୁ ଗିରଫ କରି ୧୩୫/୨୪ କେଶ ନମ୍ବରରେ ଏକ ମକଦମା ରୁଜୁଲରି ରବିବାର ଦିନ ପୋଲିସ କୋର୍ଟ ଚାଲଣ କରିଛି।ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଅଧିକାରୀ ବିଶ୍ବରଞ୍ଜନ ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.