ଆଜିର ରାଶିଫଳ

0 95

୨୦୨୪ମସିହା ମାର୍ଚ୍ଚମାସ ୨୫ ତାରିଖ ସୋମ ବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଦୋଳ ପୂର୍ଣ୍ଣମା, ଶ୍ରୀଜୀଉଙ୍କ ରାଜାଧିରାଜ ବେଶ, ଶ୍ରୀଚୈତନ୍ୟ ଜନ୍ମ ୫୩୮ ବର୍ଷ।ବିବିଧ- ସ୍ତ୍ରୀ ତୈଳ ବର୍ଜନ, ହଳ ନିଷେଧ।ସୁର୍ଯ୍ୟୋଦୟ- ଘ୫/୫୦/୯,ସୂର୍ଯ୍ୟାସ୍ତ- ଘ୫/୫୫/ ୪୧,ଫାଲ୍ଗୁନମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ପୂର୍ଣ୍ଣିମା ଦିବା ଘ୧୨/୩୭ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଯୋଗ- ବୃଦ୍ଧିଯୋଗ ରାତ୍ରି ଘ୧୦/୫୪ମି ପର୍ଯ୍ୟନ୍ତ ତଦନ୍ତେ ଧ୍ରୁବଯୋଗ। କରଣ- ବବକରଣ ଦିବା ଘ୧୨/୩୭ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ରାତ୍ରି ଘ୧/୪୯ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ଦିବା ଘ୧୨/୩୭ମି ପରେ ପୂର୍ବ ଦିଗରେ।ପକ୍ଷାନ୍ତ, ରବିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।
ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ।
ନିଷିଦ୍ଧଖାଦ୍ୟ- ଆମିଷ, ଦିବା ଘ୧୨/୩୭ମି ପରେ ପାଣିକଖାରୁଭକ୍ଷଣ ନିଷେଧ।ଅଶୁଭବେଳା-
କାଳବେଳା ଦିବା ଘ୭/୧୫ମି ରୁ ଘ୮/୪୭ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୨/୫୩ମି ରୁ ଘ୪/୨୫ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୨୧ମି ରୁ ଘ୧୧/୪୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୨୩ମି ମଧ୍ୟେ ଘ୧୦/୩୫ମି ରୁ ଘ୧୨/୫୯ମି ମଧ୍ୟେ, ସନ୍ଧ୍ୟା ଘ୬/୪୫ମି ରୁ ରାତ୍ରି ଘ୯/୯ମି ମଧ୍ୟେ, ଘ୧୧/୩୩ମି ରୁ ଘ୨/୪୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୩/୨୩ମି ରୁ ଘ୪/୫୯ମି ପର୍ଯ୍ୟନ୍ତ।ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ଦିବା ଘ୧୧/୨୬ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କର ଦୋଷ।ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା ଶୁଭ।ଦିବା ଘ୧୨/୩୭ମି ଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)।ଶୁଭକର୍ମ- ନାହିଁ।
🐏ମେଷ👉 ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
🐮ବୃଷ👉ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
👩‍❤️‍👨ମିଥୁନ👉ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି।ମଧୁରଭାଷୀ ହେବେ।ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି।ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
🦀କର୍କଟ👉ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି।ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ।ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
🦁ସିଂହ👉 ଅଜଣାବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି।ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି।ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
🙎‍♀️କନ୍ୟା👉ଚଞ୍ଚଳସ୍ବଭାବର ହେବେ।ଥଣ୍ଡାକଫ ଜନିତ ସାମାନ୍ୟପୀଡ଼ା ଅନୁଭବ କରିପାରନ୍ତି।ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ।ଧାର୍ମିକ ପ୍ରବୃତ୍ତିର ହେବେ।ଧର୍ମମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତବିଦ୍ୟାଯୁକ୍ତ ହେବେ।
⚖️ତୁଳା👉ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ।ଲୋକପ୍ରିୟତା ଅର୍ଜନ କରିବେ।ଚଞ୍ଚଳ ପ୍ରକୃତିର ହୋଇପାରନ୍ତି।ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
🦂ବିଛା👉ଶ୍ରମ ସାର୍ଥକ ହେବ।କୁଳଦୀପକ ହୋଇପାରନ୍ତି।ମନ ପ୍ରସନ୍ନ ରହିବ।ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।ଯଶ ଅର୍ଜନ କରିପାରନ୍ତି। ପରିବାରପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
🏹ଧନୁ👉 ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି।ଭୋଗବିଳାସରେ ସମୟ ବିତାଇପାରନ୍ତି।ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ।ଧର୍ମତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।ତାରୁଣ ରୂପରେ ଅଧିକାରୀ ହେବେ।
🐊ମକର👉କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। lଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
🏺କୁମ୍ଭ👉ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବନ୍ଧୁ ସହଯୋଗପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।ସମାଜସେବାରେ ନିୟୋଜିତ ହେବେ।ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି।ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।
🐟ମୀନ👉 ଯେକୌଣସି ମତେ କାର୍ଯ୍ୟ ହାସଲ କରିପାରନ୍ତି।ଶତ୍ରୁଉପରେ କଡ଼ାନଜର ରଖିବାକୁ ପଡ଼ିବ।ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ।ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.