୩ଦିନଧରି ଚାଲିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ

0 77

ବାରଙ୍ଗ,୨୪ା୧୧(ଏସଏସନିଉଜ) ଏଥର ଜମିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ । ନଭେମ୍ବର ୨୬ ତାରିଖରୁ ନଭେମ୍ବର ୨୮ ପର‌୍ୟ୍ୟନ୍ତ ୩ଦିନ ଧରି ଚାଲିବାକୁଥିବା ଏହି ମହୋତ୍ସବରେ ମୁଖ୍ୟ ଆର୍କଷଣ ସାଜିବ ମହିଳା ପାଇକ ଆଖଡ଼ା , ଛଉନୃତ୍ୟ , ଓଡିଶୀନୃତ୍ୟ ଏବଂ ମେଲୋଡି କାର‌୍ୟ୍ୟକ୍ରମ । କାର୍ତ୍ତିକପୂର୍ଣ୍ଣିମା ଦିନ ସକାଳେ ପୂର୍ଣତୋୟା ପ୍ରାଚୀନଦୀରେ ତଥା ପୁରୀ ମୁଖ୍ୟକେନାଲରେ ବୋଇତ ବନ୍ଦାଣ କାର‌୍ୟ୍ୟକ୍ରମ ସମାପନ ପରେ ସଂନ୍ଧ୍ୟାରେ ମହୋତ୍ସବ ସମାରୋହର ମଞ୍ଚକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଉଦଘାଟନ କରିବେ । ଏହାସହିତ ଆମ ଅଞ୍ଚଳ ଲୁଚି ରହିଥିବା ପ୍ରତିଭା ମାନଙ୍କୁ ମଞ୍ଚ ଉପରେ ଲୋକ ଲୋଚନକୁ ଅଣାଯାଇ ସମ୍ମାନିତ କରାଯିବ । ଉକ୍ତ ସ୍ମୃତିକୁ ବହନକରି ମହୋତ୍ସବ କମିଟି ତରଫରୁ ବିଭିନ୍ନ କାର‌୍ୟ୍ୟକ୍ରମ ଯଥା କଳା, ସାହିତ୍ୟ, କ୍ରୀଡା,ଶିକ୍ଷା ,କୃଷି ଓ ସମାଜସେବା କ୍ଷେତ୍ରରେ ପ୍ରତିଭାବାନ ବ୍ୟକ୍ତିବିଶେଷ ତଥା ୧୯ ଗୋଟି ପଞ୍ଚାୟତର ଶିକ୍ଷା ଅନୁଷ୍ଠାନରେ ଆୟୋଜିତ କରାଯାଇଥିବା ପ୍ରତିଯୋଗୀତାରେ ଅଗ୍ରଣୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ ଓ ସମ୍ବଦ୍ଧିତ କରାଯିବ । ଓଡିଶାର କଳା ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଏହି ମହୋତ୍ସବ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଏକ ଖବରଦାତାସମ୍ମିଳନୀରେ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ସୂଚନା ମୁତାବକ ,ଚୂଡଙ୍ଗଗଡ ବାରଙ୍ଗ ମହୋତ୍ସବ ଚଳିତବର୍ଷ ୬ଷ୍ଠବର୍ଷରେ ପଦାର୍ପଣ କରୁଛି । ଐତିହାସିକ ଓ ପୁରାଣରେ ବର୍ଣିତ ଥିବା ଉକ୍ତଅଞ୍ଚଳ ଅତିତରେ କଳିଙ୍ଗର ପରବର୍ତି ସମୟରେ ଉତ୍କଳର ରାଜଧାନୀ ଥିବା ଅନେକ ତଥ୍ୟ ସମ୍ବଳୀତ କିମ୍ବଦନ୍ତୀ ରହିଛି । ଏହାର ମୂକସାଖୀ ଭଗ୍ନ ଅବସ୍ଥାରେ ଥିବା ଚୂଡଙ୍ଗଗଡ ରାଜବାଟୀ ଅବିଭକ୍ତ ବାରଙ୍ଗ ୧୯ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି। ଉକ୍ତ ଅଞ୍ଚଳର ବଂଶାନୁକ୍ରମିକ ପ୍ରଜାମାନେ ଅତିତରେ ସମ୍ରାଟ ଓ ଗଜପତି ଚୋଳଗଙ୍ଗଦେବଙ୍କ ସୈନିକଯୋଦ୍ଧା ଥିଲେ । ଏହା ପୌରାଣିକ ପ୍ରାଚୀସଭ୍ୟତା ଉପରେ ଅଧାରିତ । ଏହାର କର୍ପୂର ଉଡିଯାଇଥିଲେ ମଧ କଳାମାତ୍ର ପତିତ ସେହି ଇତିହାସକୁ ରୁଦ୍ଧମନ୍ଥ କରି ଶତ୍ରୁକୁ ସମ୍ନା କରିବା ନିମିତ୍ତ ଅଞ୍ଚଳର ଦାଏଦମାନେ ଆଗ୍ରହ ସହକାରେ ଏହି ମହୋତ୍ସବ ପାଳନ କରୁଛନ୍ତି । ମହୋତ୍ସବରେ ପ୍ରତ୍ୟେକସଂନ୍ଧ୍ୟାରେ ରାଜ୍ୟର ସୁପ୍ରତିଷ୍ଠିତ ପାଇକ ସମରଶଯ୍ୟା, ସମ୍ବଲପୁରୀ ନୃତ୍ୟ, ଛଉ ନୃତ୍ୟ ,ଲୋକକଳା ନୃତ୍ୟ ସହ ରଙ୍ଗାରଙ୍ଗ ସାସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯିବ। ଏହି ଖବରଦାତା ସମ୍ମିଳନୀରେବସନ୍ତ କୁମାର ମହାପାତ୍ର ସୁନିଲସିଂ, କୃଷ୍ଣଚନ୍ଦ୍ରନାୟକ, ବସନ୍ତକୁମାରପାଣି, କୃଷ୍ଣଚନ୍ଦ୍ରମଲ୍ଲିକ, ରାମଚନ୍ଦ୍ରଦାସ, ଦିପକକୁମାରସାଇଁ, ସୁନିଲସାଇଁ, ପ୍ରମୋଦ ବିଶୋଇ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.