ବାରଙ୍ଗ କାର୍ତିକେଶ୍ୱର ଭଷାଣି

ସାମିଲ ହେବ ୩୧ ମେଢ

0 159

ବାରଙ୍ଗ,୨୪ା୧୧(ଏସଏସନିଉଜ) ବାରଙ୍ଗର ପ୍ରସିଦ୍ଧ ପର୍ବ କାର୍ତ୍ତିକେଶ୍ବର ପୂଜାକୁନେଇ ଚଳଚଂଚଳ ହୋଇଉଠିଲାଣି ବାରଙ୍ଗ ଓ ଏହାର ଆଖପାଖ ଅଂଚଳ ।ପାଖାପାଖି ୧୦୦ରୁ ଉର୍ଦ୍ଧ ପୁଜାମଣ୍ଡପରେ ପ୍ରଭୂ କାର୍ତିକେଶ୍ୱର ପୁଜା ପାଇବେ ।ଏଥର ୯ଦିନଧରି କାର୍ତିକେଶ୍ୱର ପୁଜା ଚାଲିବାକୁଥିବାବେଳେ ଡିସେମ୍ବର୬ତାରିଖରେ ଭଷାଣି ହେବ ।ଭଷାଣିରେ ୩୧ଟିମେଢ ସାମିଲ ହେଉଥିବାବେଳେ ଦାଢାପାଟଣାର ୧୩ଟିମେଢ ସାମୁହିକ ଭଷାଣିରେ ସାମିଲ ନହୋଇ ଉକ୍ତଦିନ ଦାଢାପାଟଣା ଗାଁରେ ଭାଷାଣିକରି ପୁରୀମେନ କେନାଲରେ ବିସର୍ଜନ କରିବେ ।ତେବେ କାର୍ତିକେଶ୍ୱର ପୁଜାରେ ଦାଢାପାଟଣାରେ ସର୍ବାଧିକ ମେଢ ହେଉଥିବା ବେଳେ ଫୁଲପୋଖରୀରେ ୭ଟି ମେଢ ହେଉଛି ।ପୁଜାମଣ୍ଡପକୁ ଆକର୍ଷଣୀୟ କରିବାପାଇଁ ଗ୍ରାମବାସୀମାନେ ଲାଗିପଡିଛନ୍ତି ।ରଙ୍ଗବେରଙ୍ଗର ଆଲୋକ ମାଳ ,ସଉଚ୍ଚ ତୋରଣ,ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ତା ସାଙ୍ଗକୁ ଶୋଭାଯାତ୍ରାରେ ପୈାରାଣିକବାଦ୍ୟକୁ ସାମିଲ କରିବାରେ ଲାଗିପଡିଛନ୍ତି ପୁଜାକମିଟି କର୍ମକର୍ତା । ଦାଢାପାଟଣା ଗାଁମୁଣ୍ଡରେ ମିନାବଜାରର ମଜାନେବେ ବୁଲିବାକୁଆସିଥିବା ଲୋକ ।କାର୍ତିକେଶ୍ୱର ପୁଜା ଓ ଭଷାଣିକୁ ଶାନ୍ତିଶୃଙ୍କଳାର ସହ ଶେଷ କରିବାପାଇଁ ଶୁ୍‌କ୍ରବାରରାତିରେ ବାରଙ୍ଗଥାନା ପରିସରରେ ପ୍ରଶାସନ ଓ ପୁଜାକମିଟି କର୍ମକର୍ତାମାନଙ୍କୁ ନେଇ ପ୍ରସ୍ତୁତିବୈଠକଆୟୋଜିତ ହୋଇଯାଇଛି ।ବୈଠକରେ ନିଷ୍ପତି ମୁତାବକ ଏଥର ଭଷାଣିରେ ଡିଜେକୁ ସାମିଲ ନକରିବା ସହ ପୈାରାଣିକ ବାଦ୍ୟକୁ ସାମିଲ କରିବାପାଇଁ ନିଷ୍ପତି ହୋଇଛି ।ମଧୁପୁର ଗ୍ରାମ ତରଫରୁ ହେଉଥିବା ମେଢ ଏଥର ନୁକାରି ଭଷାଣିରେ ସାମିଲ ହେବାକୁଯାଉଛି ।ବୈଠକରେ କ୍ରମାନ୍ନୟରେ ଆସିବାକୁ ଥିବା ମେଢ ଗୁଡିକର ତାଲିକା ପ୍ରସ୍ତୁତି କରାଯାଇଥିବା ସହ ଭଷାଣିଦିନ ଭାରିଜାନ ଚଳାଚଳକୁ ବନ୍ଦ କରାଯିବାକୁ ନିଷ୍ପତି ହୋଇଛି ।ଏଥିରେ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସିପି ଚନ୍ଦନ ଘଡାଇ, ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା, ଶାନ୍ତିକମିଟି ସଭାପତି ପ୍ରତାପ ଚନ୍ଦ୍ର ପାଣି, ସମ୍ପାଦକ ସୁରେଶ ମହାନ୍ତି ପୂଜା କମିଟିଗୁଡ଼ିକର କର୍ମକର୍ତ୍ତା ଓ ସ୍ଥାନୀୟ ମୁରବିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.