ଉଦ୍ଧାରହାତୀ ନନ୍ଦନକାନନ ଆସିଲା

0 66

ବାରଙ୍ଗ,୨୪।୧୧ (ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ମଇଦାନକେଲ ସଂରଖିତ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୩ ମାସର ମାଇ ହାତୀ ଛୁଆ ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ଆସିଛି । ତାର ଗୋଡ଼ରେ ଆଘାତ ଲାଗି ସଂକ୍ରମଣ ହୋଇଯାଇଛି। ତାର ଚିକିତ୍ସା ଜାରି ରଖିଛନ୍ତି ପ୍ରାଣୀ ଉଦ୍ୟାନ ର ଚିକିତ୍ସକ ଓ ବିଶେଷଜ୍ଞ ମାନେ ।ପ୍ରକାଶ ଯେ , ଏହି ଛୁଆ ହାତୀଟି ମାଠାରୁ ଅଲଗା କରି ଚିକିତ୍ସା ପାଇଁ ଏଠାକୁ ଅଣାଯାଇଛି। ଏହି ଛୁଆ ହାତୀ ଏଠାକୁ ଆସିବା ପରେ ଏମାନଙ୍କ ସଂଖ୍ୟା ୫ କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.