ଆୟୁର୍ବେଦରେ ସର୍ପାଘାତର ଉପଚାର

0 90

ବାରଙ୍ଗ,୨୪।୧୧(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ଆୟୁର୍ବେଦରେ ସର୍ପାଘାତ ଉପଚାର ଶୀର୍ଷକୀୟ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।ଏହାକୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଦୀପା ବିନୟ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ସେମିନାରରେ ରାଜ୍ୟ ବାହାରୁ ଆଭାସି ମାଧ୍ୟମରେ ୧୧ଟି ଗବେଷଣା ତ୍ମକ ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା । ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ଏହି ସେମିନାରରେ ଚିକିତ୍ସାଳୟ ଅଧୀକ୍ଷକ ପ୍ରଫେସର ଦୁର୍ଗାପ୍ରସାଦ ଦାଶ , ପ୍ରଫେସର ନଗେନ୍ଦ୍ର ପ୍ରସାଦ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଅଗଦତନ୍ତ୍ର ବିଭାଗ ମୁଖ୍ୟ ପ୍ରଫେସର ଦିଲିପ କୁମାର ଗୋସ୍ଵାମୀ ଧନ୍ୟବାଦ ଅର୍ପଣ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ଡାକ୍ତର ଦେବାଶୀଷ ଶତପଥି ଓ ଡାକ୍ତର ସୋନମ ଅଗ୍ରୱାଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.