୩ଘଂଟାପାଇଁ ରାସ୍ତାବନ୍ଦ

0 109

ବାରଙ୍ଗ,୧୮।୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ଗ୍ରାମପଞ୍ଚାୟତର ଭାଲୁଙ୍କା ଶବରସାହି ଓ ମୁଣ୍ଡା ସାହିରେ ରହୁଥିବା ଲୋକମାନଙ୍କ ଜାଗାକୁ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟକୁ ଲିଜ ଆକାରରେ ଦିଆଯାଇଛି। ସୋମବାର ଦିନ ଏଥିନିମନ୍ତେ ଦୁଇଟି ଜେସିବି ଲଗାଇ ସଫା କରାଯିବାକୁ ନେଇ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଗ୍ରାମବାସୀମାନେ କାମକୁ ବନ୍ଦ କରିବାସହ ରାସ୍ତା ଅବରୋଧ କରିଥିଲେ ।ଖବରପାଇ ବାରଙ୍ଗପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ସ୍ଥାୟୀସମାଧାନ ପାଇଁ ଯିଦ ଧରିବସିଥିଲେ ।ତହସିଲଦାର ଆସି ଗ୍ରାମବାସୀଙ୍କୁନେଇ ଜନଶୁଣାଣିକରିବାପାଇଁ କହିବାରୁ ୩ଘଂଟାପରେ ରାସ୍ତାରୁ ଗ୍ରାମବାସୀମାନେ ଉଠିଥିଲେ ।
ପ୍ରକାଶଯେ,ରାମଦାସପୁର ଗ୍ରାମପଞ୍ଚାୟତର ଭାଲୁଙ୍କା ଶବରସାହି ଓ ମୁଣ୍ଡାସାହିରେ ଥିବା ୮ଏକର ଅନାବାଦୀଜମିରେ ଦୀର୍ଘବର୍ଷ ଧରି ଗ୍ରାମବାସୀମାନେ ପରିବାରଧରି ରହିଆସୁଛନ୍ତି।ହେଲେ ସେମାନଙ୍କୁ ଆଜି ପର‌୍ୟ୍ୟନ୍ତ ସ୍ଥାୟୀ ଜମିପଟ୍ଟା ମିଳିପାରିନାହିଁ। ଅନ୍ୟପଟେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଭତ୍ତା , ଆଧାର ଏବଂ ଭୋଟର କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ପିଲାମାନଙ୍କ ପାଇଁ ବିଦ୍ୟାଳୟ ମଧ୍ୟ ଖୋଲାଯାଇଛି।ଏବେ ଏହି ଜାଗାକୁ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ କରିବାପାଇଁ ଲିଜ ଆକାରରେ ଦିଆଯାଇଛି। ଏହି ଜାଗା ଉପରେ କାମକରିବା ପାଇଁ ନେଇଥିବା ସଂସ୍ଥା ଦୁଇଟି ଜେସିବି ମେସିନ ଲଗାଇ ସୋମବାର ଦିନ ଜାଗାକୁ ସଫା କରିବା ପରେ ଉତେଜନା ଗ୍ରାମରେ ଦେଖାଦେଇଥିଲା।ଖବରପାଇଁ ଶତାଧିକ ଆଦିବାସୀ ଘଟଣାସ୍ଥଳରେ ପହଞ୍ଚି କାମକୁ ବନ୍ଦ କରିବା ସହ ଚନ୍ଦକାରୁ ଭାଲୁଙ୍କା ଦେଇ ଗୋଡିସାହିକୁ ସଂଯୋଗ କରୁଥିବାରାସ୍ତାକୁ ଅବରୋଧ କରିଥିଲେ ।ଯାହାଫଳରେ ଏହିରାସ୍ତାରେ ଯାତାୟତ ଠପ ହୋଇ ଯାଇଥିଲା। ଖବରପାଇ ବାରଙ୍ଗ ଥାନାପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ଗ୍ରାମବାସୀମାନଙ୍କୁ କୈାଣସି ପୁର୍ବସୁଚନା ନଦେବା କିମ୍ବା ଜନଶୁଣାଣି ନକରି ଲିଜ ଦିଆଯାଇ ଥିବା ଘଟଣାକୁ ବିରୋଧ କରି ଏହାର ସ୍ଥାୟୀପ୍ରତିକାରପାଇଁ ଦାବୀ୍‌କରିବସିଥିଲେ ।ପରେ ବାରଙ୍ଗ ତହସିଲଦାର ସ୍ୱସ୍ତିକ ସଂକଳ୍ପ ସାହୁ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କ ସହ ଆଲୋଚନା କରିବାସହ ଆସନ୍ତା ୨୬ତାରିଖରେ ଗ୍ରାମରେ ଜନଶୁଣାଣି କରାଯିବ ଓ ସେହିଦିନପର୍ଯ୍ୟନ୍ତ କାମ ବନ୍ଦ ରହିବ ବୋଲି ପ୍ରତଶୃତିଦେବାପରେ ୩ଘଣ୍ଟାପରେ ରାସ୍ତାରୋକ ଉଠିଥିଲା।

 

Leave A Reply

Your email address will not be published.