ପରଲୋକରେ ଆଦର୍ଶ ଶିକ୍ଷୟିତ୍ରୀ

0 114

ବାରଙ୍ଗ,୧୮ା୯(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଦାଢାପଞ୍ଚାୟତର ବାଲିପଡା ଗ୍ରାମର ଆଦର୍ଶ ଶିକ୍ଷୟିତ୍ରୀ ସବିତା ସ୍ବାଇଁ(୫୭)ଙ୍କର ସୋମବାର ପରଲୋକ ହୋଇଛି।ସେ ଭୁବନେଶ୍ବର ବ୍ଲକ ଉତ୍କଳମଣି ବାଳିକା ଉଚ୍ଚବିଦ୍ୟାଳୟରେ ସାହିତ୍ୟ ଶିକ୍ଷୟିତ୍ରୀ ଥିଲେ।କିଛିଦିନ ହେବ ସେ ବ୍ଲଡ କ୍ୟାନସର ରୋଗରେ ପିଡୀତଥିଲେ।ଆଜି ଚିକିତ୍ସା ନିମନ୍ତେ ଚିକିତ୍ସାଳୟକୁ ଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।ସେ ଜଣେ ପରଉପକାରୀ ଓ ଧର୍ମପରାୟଣ ମହିଳା ଥିବାରୁତାଙ୍କର ବିୟୋଗରେ ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଖବରପାଇ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ,ବରିଷ୍ଠସାମ୍ବାଦିକ ଲିଙ୍ଗରାଜ ରାଉତ,ବିଜେଡିନେତା ନିର୍ମଳରାଉତ,ଇଞଣା ଗ୍ରାମ ସଭାପତି ପ୍ରଦୀପ ଦାସ, କେନ୍ଦୁପାଟଣା ବିଦ୍ୟାଳୟର ପରିଚାଳନାକମିଟିସଭାପତି ଜଗନ୍ନାଥଭଞଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ସମେତ ବହୁ ଲୋକପ୍ରତିନିଧି ପ୍ରମୁଖ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ବଡ ପୁଅ ବିଶ୍ବଜିତ୍ ଜେନା ମୁଖାଗ୍ନି ଦେଇଥିଲେ।

 

Leave A Reply

Your email address will not be published.