ଆଜିର ରାଶିଫଳ

ଭୁଲରେ ବି କରନ୍ତୁନାହିଁ ଏସବୁକାମ, ନଚେତ ପସ୍ତେଇବେ

0 148

ଶ୍ରୀମନ୍ଦିରରେ ଗଣେଶଚତୁର୍ଥୀ (ବିନାୟକବ୍ରତ),ଶ୍ରୀଗଣେଶବ୍ରତ, ମଙ୍ଗଳଚତୁର୍ଥୀ ସ୍ନାନ।୨୦୨୩ମସିହା ସେପ୍ଟେମ୍ବର ୧୯ତାରିଖ ମଙ୍ଗଳବାର,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୮/୧୪ ,ସୂର୍ଯ୍ୟାସ୍ତ- ଘ୫/୪୩/୪ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ଚତୁର୍ଥୀ ଦିବା ଘ୧/୩୦ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ୧/୩୦ମି ପରେ ଦକ୍ଷିଣ ଦିଗରେ। ମଙ୍ଗଳବାର, ରିକ୍ତାତିଥି, ବିଷ୍ଟିକରଣ, ବୈଧୃତିଯୋଗ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର- ନାହିଁ।ଘାତବାର- ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପଞ୍ଚମୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବା ଘ୧/୩୦ମି ପରେ ବେଲ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୯ମି ରୁ ଘ୮/୩୯ମି ପର୍ଯ୍ୟନ୍ତ। କାଳରାତ୍ରି ରାତ୍ରି ଘ୭/୧୦ମି ରୁ ଘ୮/୪୦ମି ପର୍ଯ୍ୟନ୍ତ।ଶୁଭବେଳା-ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୬/୨୭ମି ମଧ୍ୟେ, ଘ୭/୧୫ମି ରୁ ଘ୧୧/୧୫ମି ମଧ୍ୟେ, ରାତ୍ରି ଘ୮/୪ମି ରୁ ଘ୮/୫୨ମି ମଧ୍ୟେ, ଘ୯/୪୦ମି ରୁ ଘ୧୨/୪ମି ମଧ୍ୟେ, ଘ୧/୪୦ମି ରୁ ଘ୩/୧୬ମି ମଧ୍ୟେ, ଘ୪/୫୨ମି ରୁ ରାତ୍ରିଶେଷ ଘ୫/୩୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟାସ୍ତରୁ ରାତ୍ରି ଘ୮/୪ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ମୃତବ୍ୟକ୍ତିର ୧ପାଦ ବାରପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଦିବା ଘ୨/୧୮ମି ପରେ ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା)। ଦିବା ଘ୧/୩୦ମି ପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ. ତା’ପରେ ବାର ଦୋଷହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ-ଶ୍ରୀଶ୍ରୀ ଗଣେଶପୂଜା ଉପଲକ୍ଷେ ବ୍ରତୋପନୟନ,ବିଦ୍ୟାରମ୍ଭ, ଦୀକ୍ଷାଗ୍ରହଣ, ଭୂମୀପୂଜା, ଗୃହାରମ୍ଭ, ଗୃହପ୍ରତିଷ୍ଠା, ଗୃହପ୍ରବେଶ, ଜଳାଶୟାରମ୍ଭ ଓ ପ୍ରତିଷ୍ଠା, ଅନ୍ନପ୍ରାଶନ, ନବାନ୍ନ, ବାଣିଜ୍ୟକରଣ, ଦେବତାଗଠନ ଓ ପ୍ରତିଷ୍ଠା, ନାମକରଣ, ରାଜଦର୍ଶନ, ଦୂରଯାତ୍ରା, ଯାନକ୍ରୟ, ଯାନପୂଜା, ହୋମଯଜ୍ଞ, ଔଷଧକରଣ, ନବବସ୍ତ୍ର ପରିଧାନ।
ମେଷ- ଆପଣ ନିଜକୁ ସମ୍ବରଣରେ ରଖିବା ଦରକାର। ଜରୁରୀ କାମ କରିବାପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।
ବୃଷ-କୌଣସି ବଡ଼କାମରେ ଲାଭହେବ। ଖୁସିଖବର ପାଇବେ। ସଙ୍ଗୀତନିର୍ଦେଶକଙ୍କ ଲାଗି ଦିନଟିଭଲ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
ମିଥୁନ-ଆପଣ ଅତ୍ୟଧିକଆତ୍ମବିଶ୍ବାସ ଅନୁଭବକରିବେ। ଆପଣଙ୍କର ସବୁଇଚ୍ଛା ପୂରଣହେବ। ବିବାହିତ ଲୋକଙ୍କ ଜୀବନରେ ସବୁଭଲ ରହିବ।
କର୍କଟ-ମାନସିକଶାନ୍ତି ପାଇବାଲାଗି ଆଧୢାତ୍ମିକତାବୃଦ୍ଧି କରନ୍ତୁ। ଜୀବନସାଥୀଙ୍କପ୍ରସଙ୍ଗରେ ଅଧିକଦଖଲ ଦିଅନ୍ତୁ ନାହିଁ। ବେପାରସମ୍ବନ୍ଧରେ ଭଲଖବର ପାଇବେ।
ସିଂହ-ଜୀବନରେ କିଛି ନୂଆକରିବାପାଇଁ ମନରେ ବିଚାରଆସିବ। ଧାରଦେଇଥିବା ଅର୍ଥ ଫେରସ୍ତପାଇବେ। ପାରିବାରିକ ଦାୟିତ୍ବ ଭଲରେ ତୁଲାଇବେ।
କନ୍ୟା-ଅନ୍ୟମାନଙ୍କୁ ନିଜର ମନକଥା କହିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ନୂଆଚାକିରିର ସୁଯୋଗ ରହିଛି। ପାରିବାରିକଜୀବନ ସୁଖମୟ ହେବ।
ତୁଳା-ଧର୍ମକାର୍ଯ୍ୟରେ ସମୟ ବିତିବ। କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟକରନ୍ତୁ, ଲାଭହେବ। ଅଫିସରେ ଲାଗିରହିଥିବା ବିବାଦର ସମାଧାନ ହେବ।
ବିଛା-କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।
ଧନୁ-କାରବାରସମ୍ବନ୍ଧରେ ବରିଷ୍ଠଙ୍କସହିତ ଆଲୋଚନା କରିବେ। ଅଫିସରେ କୌଣସିକାମରେ ଅଧିକସମୟ ଲାଗିବ। ମାଆଙ୍କର ବିଶେଷ ଧ୍ୟାନରଖନ୍ତୁ।
ମକର-ବଡ଼କମ୍ପାନୀ ସହିତ ଡିଲ୍‌ କରିବାର ସୁଯୋଗମିଳିପାରେ। ଶିକ୍ଷାସମ୍ବନ୍ଧୀୟ ସବୁମାମଲା ସମାଧାନ ହୋଇଯିବ। ସ୍ବାସ୍ଥ୍ୟଦୃଷ୍ଟିରୁ ସୁସ୍ଥସବଳ ରହିବେ।
କୁମ୍ଭ-ବ୍ୟବସାୟରେ ଯଥେଷ୍ଟଲାଭ ପାଇବେ। ସମାଜରେ ପ୍ରତିଷ୍ଠାବୃଦ୍ଧି ପାଇବ। ପ୍ରେମଆଳାପରେ ସତେଜତା ଅନୁଭବ କରିବେ।
ମୀନ-ସମାଜରେ ଆପଣଙ୍କୁ ଆଦରସମ୍ମାନ ମିଳିପାରେ। କ୍ୟାରିୟରରେଉନ୍ନତିର ମାର୍ଗଖୋଲିବ। ଖରିଦବିକ୍ରି ପାଇଁ ଦିନଟିଭଲ। ଛାତ୍ରଙ୍କୁ କୌଣସି ଭଲଖବର ପାଇବେ
!!ଜୟ ଜଗନ୍ନାଥ,ଜୟସୋମନାଥ, ଜୟମା ଯୋଗମାୟା!!

!!ଓଁ ଗଣେଶାୟ ନମଃ!!ଓଁ ଗଜାନନଂ ଭୁତଗଣାଦିସେବିତମ କପିତ୍ଥଜମ୍ବୁ ଫଳ ଚାରୁ ଭକ୍ଷଣଂ
ଉମାସୂତ ଶୋକ ବିନାଶକାରକଂ ନମାମି ବିଘ୍ନେଶ୍ବର ପାଦପଂକଜମ ।
ଗଣେଶହେଉଛନ୍ତି ବୁଦ୍ଧିଦାତା ଓ ବିଘ୍ନହର୍ତ୍ତା । ବୁଦ୍ଧି, ଧନ, ସୌଭାଗ୍ୟଦାତା ତଥା ସବୁ ସଙ୍କଟହରଣ କରନ୍ତି ଗଣପତିା ତାଙ୍କୁ ସିନ୍ଦୁର ଏବଂ ଦୂବ ଅର୍ପଣ କରିବାଦ୍ୱାରା ବିଶେଷ ଫଳାଫଳ ମିଳିଥାଏ । ଏହାବ୍ୟତୀତ, ସେ ଗୁଡ଼ରେତିଆରି ମୋଦକଏବଂ ବୁନ୍ଦିରେତିଆରି ଲଡୁ, ଶମି ଗଛରପତ୍ର ଏବଂ ସୁପାରୀକୁ ମଧ୍ୟ ପସନ୍ଦକରନ୍ତି । କଦଳୀ,ବେଲ,ଗୁଆ,କଳାଜାମୁ ଓ ସିତାଫଳ ଆଦି ପଞ୍ଚଫଳଆଦି ଅର୍ପଣକଲେ ଗଣେଶ ପ୍ରସନ୍ନ ହୋଇଥାନ୍ତି । ସେହିପରି ତାଙ୍କୁ ନାଲିଧୋତି ଏବଂ ସବୁଜକପଡା ପ୍ରଦାନକରିବାର ବିଧି ମଧ୍ୟ ଅଛି।
ଗଣେଶଉତ୍ସବରେ ଭୁଲରେ ବି କରନ୍ତୁନାହିଁ ଏସବୁକାମ, ନଚେତ ପସ୍ତେଇବେ
ଗଣେଶଉତ୍ସବ ଭାଦ୍ରବଶୁକ୍ଳଚତୁର୍ଥୀରୁ ଆରମ୍ଭହୋଆଇ ଅନନ୍ତ ଚତୁର୍ଦ୍ଦଶୀ ପର‌୍ୟ୍ୟନ୍ତ ଚାଲିଥାଏ । ଆସନ୍ତୁଜାଣିବା ଗଣେଶପୂଜା ଦିନଠୁ ଆରମ୍ଭକରି ବିସର୍ଜନପର୍ଯ୍ୟନ୍ତ  ୧୦ଦିନମଧ୍ୟରେ କିକି କାମକରିବା ଅନୁଚିତ।ବାରଣ କରାଯାଇଥିବା କାମକଲେ ଜୀବନରେ ନାନାବାଧାବିଘ୍ନ ଆସିଥାଏବୋଲି ଗଣପତି ସଂହିତାଶାସ୍ତ୍ରରେ ବର୍ଣ୍ଣନା କରାଯାଇଛିାଗଣେଶଉତ୍ସବ ୧୦ଦିନଯାକ ପିଆଜ, ରସୁଣ, ଆମିଷଭଳି ତାମସିକଭୋଜନ ଓ ମଦ ସେବନରୁ ବିରତ ରୁହନ୍ତୁ। ବିଶେଷକରି ଚତୁର୍ଥୀଦିନ ଭୁଲରେବି ଏସବୁଜିନିଷର ସେବନ କରନ୍ତୁନାହିଁ।ଗଣେଶଚତୁର୍ଥୀଦିନ ଚନ୍ଦ୍ରଙ୍କୁ ଦର୍ଶନକରିବାକୁ ଶାସ୍ତ୍ରରେବାରଣ କରାଯାଇଛି। ଯଦି ଏହିଦିଗ ଭୁଲରେ ଜହ୍ନ ଦର୍ଶନ କରିଦିଅନ୍ତି, ତେବେ ତଳୁ ଏକଗୋଡ଼ି ଉଠାଇ ପଛକୁ ଫିଙ୍ଗିଦିଅନ୍ତୁ। ଭଗବାନ ଗଶେଶଙ୍କ ପୂଜାରେ ନୀଳ ଓ କଳାରଙ୍ଗର ପୋଷାକ ପିନ୍ଧନ୍ତୁନାହିଁ। ଏହିଦିନ ଲାଲ ଓ ହଳଦିଆରଙ୍ଗର ପୋଷାକପିନ୍ଧିବା ସବୁଠୁ ଉତ୍ତମହୋଇଥାଏ।ଏହିଦିନ ସ୍ୱାମୀସ୍ତ୍ରୀ ସଂଯମତା ରକ୍ଷାକରିବା ଉଚିତ।ଚତୁର୍ଥୀଦିନ କୌଣସି ପଶୁପକ୍ଷୀଙ୍କୁ ଆଦୌ ହଇରାଣ କରନ୍ତୁନାହିଁ। କାରଣ ଗଣେଣ ପଶୁପକ୍ଷୀଙ୍କୁ ଖୁବ୍ ଭଲପାଆନ୍ତି। ଗଣେଶଙ୍କୁ କଦାପି ତୁଳସୀଅର୍ପଣ କରନ୍ତୁନାହିଁ।ଗଣେଶଚତୁର୍ଥୀଦିନ ମିଛକହିଲେ ଧନହାନି ହୁଏ।ଗଣେଶଙ୍କର ପୁରୁଣାମୂର୍ତ୍ତି ପୂଜା କରନ୍ତୁନାହିଁ କି ଘରେ ଦୁଇଟି ଗଣେଣମୂର୍ତ୍ତି ରଖନ୍ତୁନାହିଁ।ଗଣେଶଙ୍କୁ ପୂଜାଆରାଧନା କରିବାବେଳେ ଆଖପାଖରେ ଯଥେଷ୍ଟଆଲୋକ ରଖନ୍ତୁ। କାରଣ ଠାକୁରଙ୍କୁ ଅନ୍ଧାରରେ ଦର୍ଶନକରିବା ଅଶୁଭହୋଇଥାଏା ଆସନ୍ତୁ ଆଜି ଶୁଭ ମଙ୍ଗଳବାର ଶ୍ରୀଗଣେଶଚତୁର୍ଥୀ ଅବସରରେ ବିଘ୍ନରାଜ ଗଣେଶଙ୍କର ଉପାସନା କରି ସମସ୍ତଙ୍କର ଶୁଭମନାସିବା !! ଜୟ ଗଣପତି ବପ୍ପା ମୋରୟା!!

Leave A Reply

Your email address will not be published.