ମୋବାଇଲ ପାଇଁ ନେଇଗଲେ ଜୀବନ

0 149

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ମୋବାଇଲଫୋନ ଓ ମନିପର୍ସ ଚଡାଇନେବାବେଳେ ବିରୋଧ କରିବାରୁ ସ୍କ୍ରୁଡ୍ରାଇଭରରେ ମରତ୍ନ୍‌କ ଆକ୍ରମଣ କରି ହତ୍ୟା କରିଥିବା ।ଭିଯୋଗରେ ପୋଲିସ ଆଜି ୨ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।
ପ୍ରକାସଯେ, ଗତ୧୨ତାରିଖଦିନ ଜଣେ ୨୫ ବର୍ଷୀୟ ଅଚିହ୍ନା ଯୁବକ ଅଚେତ ଅବସ୍ଥାରେ ଗୌତମ ନଗରବସ୍ତି ନିକଟସ୍ଥ ରାସ୍ତାରେ ପଡିଥିବାନେଇ ସୂଚନା ମିଳିବାପରେ ବଡଗଡଥାନା ତରଫରୁ ତାଙ୍କୁ ଉଦ୍ଧାରକରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରକରାଯାଇଥିବା ବେଳେ ଡାକ୍ତରତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବଡ଼ଗଡଥାନାପୁଲିସ ୫୧୫/୨୩କେଶନଂରେ ଏକମାମଲା ରୁଜୁକରି ତଦନ୍ତକରିବା ସମୟରେ ମୃତବ୍ୟକ୍ତି ପଶ୍ଚିମବଙ୍ଗର ଅବଦୁଲ କୁଦୁସ ବୋଲି ପୋଲିସ ପରିଚୟ ପାଇପାରିଥିଲା । ସେ ବନ୍ଧୁ ଓ ପରିଜନସହିତ ଧଉଳିଥାନା ଅନ୍ତର୍ଗତ ଉତ୍ତରାନିକଟରେ ରହି କନଷ୍ଟ୍ରକ୍ସନ କାର‌୍ୟ୍ୟ କରୁଥିଲେ। ଘଟଣାଦିନ ମୃତବ୍ୟକ୍ତି ଜଣକ ନିଜ ପୈତୃକ ଘରକୁ ଯିବାକୁ ଥିବାରୁ ତାଙ୍କ ସମ୍ପର୍କୀୟ ଭାଇ ଏମଡି ରହୀମ ତାଙ୍କୁ ଆଣି କଳ୍ପନା ବସଷ୍ଟାଣ୍ଡରେ ଛାଡ଼ିଥିଲେ । ସେଠାରେ ମୃତବ୍ୟକ୍ତିଜଣକ ନିଜ ଜୋତାର ମରାମତିକରିବା ନିମନ୍ତେ ନିକଟସ୍ଥ ମୋଚିଦୋକାନକୁ ଯାଇଥିଲେ । ସେଠାରେ ନିଜଜୋତା ମରାମତିକରି ଦୋକାନୀଙ୍କୁ ଟଙ୍କାଦେବା ସମୟରେ ବଡଗଡଥାନା ଅଧିନସ୍ଥ ଗୈାତମନଗରବସ୍ତୀର ନରସିଂହରାଓ(ନର) ଓ ଦସୁରାଉ(ଦସୁ) ହଠାତ ଆସି ଅବଦୁଲ ନିକଟରୁ ମୋବାଇଲଫୋନ ଏବଂ ମନିପର୍ସ ଛଡାଇ ନେଇଯାଇଥିଲେ । ଅବଦୁଲ ଉଭୟଙ୍କୁ ବିରୋଧ କରିବାରୁ ଦସୁ ଓ ନର ତାଙ୍କୁ ପ୍ରବଳ ମାଡ଼ ମାରିବାସହିତ ନିକଟସ୍ଥଦୋକାନରୁ ଏକସ୍କ୍ରୁଡ୍ରାଇଭର ଆଣି ତାସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ଯାହାଫଳରେ ସେ ଅଚେତହୋଇଯାଇଥିଲେ। ଦୋକାନୀମାନେ ବିରୋଧକରିବାରୁ ଉଭୟ ଅବଦୁଲକୁ ଟାଣିଟାଣିନେଇ ରେଲୱେ କଳ୍ପନାଓଭରବ୍ରିଜ ନିକଟରେ ପକାଇଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବଡ଼ଗଡଥାନାପୁଲିସ ମାମଲାର ତଦନ୍ତ କରିବାସହିତ ସିସିଟିଭିଯାଞ୍ଚ କରି ଚଢଉଜରିଆରେ ଏହି ୨ଜଣଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଉଭୟ ନିଜଦୋଷ ସ୍ଵୀକାର କରିଥିଲେ । ତଦନ୍ତ ସମୟରେ ସେମାନେ ନିଜେ ପୁଲିସ ଟିମକୁ ବାଟକଢାଇ ନେଇ ହତ୍ୟାରେ ବ୍ୟବହୃତ ସ୍କୃ-ଡ୍ରାଇଭରକୁ ହସ୍ତାନ୍ତର କରିଥିଲେ ।ପୋଲିସ ଆଜି ସେମାନଙ୍କୁ କୋର୍ଟଚାଳଣ କରିଛି ।

Leave A Reply

Your email address will not be published.