ବାରଙ୍ଗ,୧୮ା୯(ଏସଏସନିଉଜ)ଜଣେ ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବାଭଳି ଲଜ୍ୟାଜନକ ଘଟଣା ରବିବାରରାତିରେ ବାରଙ୍ଗଥାନା ଅଧିନସ୍ଥ ଅରିଲୋ ଗ୍ରାମରେ ଘଟିଛି ।ଜଣେଶିଶୁକନ୍ୟାକୁ ଖାଇବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବାର ତାଙ୍କପରିବାରପକ୍ଷରୁ ଅଭିଯୋଗହେବାପରେ ବାରଙ୍ଗପୋଲିସ ଯୁବକକୁ ଗିରଫକରି ଡାକ୍ତରିମାଇନାପାଇଁ ପଠାଇଛି ।ଏହି ଖବର ଏବେ ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି ।
ପ୍ରକାସ ଯେ, ଢେଙ୍କାନାଳ ଅଞ୍ଚଳର ଜଣେ ରାଜମିସ୍ତ୍ରୀ ପିଲାଛୁଆଧରି ଦୀର୍ଘଦିନଧରି ଅରିଲୋ ଅଂଚଳରେ ଭଡାରେ ରହିଆସୁଥିଲେ ।ତାଙ୍କଘରପାଖକୁ ବଡମ୍ବା ଅଞ୍ଚଳର ପାପୁନ ଦଳେଇ ନାମକ ଯୁବକଙ୍କ ପରିବାର ମଧ୍ୟ ରହୁଥିଲେ ।ରବିବାର ସନ୍ଧ୍ୟା ସମୟରେ ଘରେ ୫ବର୍ଷର ଶିଶୁକନ୍ୟାଟି ଏକୁଟିଆଥିବାର ଦେଖି ସଂସ୍କୃତ ମହାବିଦ୍ୟାଳୟରେ ପାଠପଢୁଥିବା ପାପୁନ ଘରଭିତରକୁ ପଶି ଖାଇବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା ।ଏହିଖବର କାହାକୁକହିଲେ ଜୀବନରେ ମାରିଦେବାକୁମଧ୍ୟ ଧମକ ଦେଇଥିଲା ।କିନ୍ତୁ କଷ୍ଟର ଯନ୍ତ୍ରଣା ସହ୍ୟନକରିପାରି ଶିଶୁକନ୍ୟାଟି ବାପାବୋଉ ଘରକୁଫେରିବାପରେ କହିଥିଲା ।ସୋମବାର ସକାଳେ ଶିଶୁକନ୍ୟାର ପରିବାରପକ୍ଷରୁ ବାରଙ୍ଗଥାନାରେ ଅଭିଯୋଗ କରାଯିବାପରେ ପୋଲିସ ୩୩୯/୨୩ କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତଆରମ୍ଭ କରିଥିଲା । ପୋଲିସ ପାପୁନକୁ ଗିରଫକରିବାସହ ଉଭୟଙ୍କୁ ଡାକ୍ତରିମାଇନାପାଇଁ ପଠାଇଥିବାର ଜଣାପଡିଛି ।
