୪ଟି ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ମିଳିବ ରୋଜଗାର – ଧର୍ମେନ୍ଦ୍ର

0 450

ଭୁବନେଶ୍ୱର,୨୦/୬(ଏସ୍‌ଏସ୍‌ନିୟୁଜ)ପ୍ରବାସୀ ଶ୍ରମିକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ କାମଦେବା ଓ ସେମାନଙ୍କ ଅମ୍ ସମ୍ମାନର ସୁରକ୍ଷା ତଥା ଗ୍ରାମିଣ ବିକାଶର ଅପାର ସମ୍ଭାବନା ଗୁଡିକୁ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଗରିବକଲ୍ୟାଣ ରୋଜଗାର ଅଭିଯାନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ପୁର୍ବ ଭାରତର ସମଗ୍ରବିକାଶକୁ ପ୍ରାଥମିକତା ଦେଇ ଓଡିଶାର ୪ଟି ଜିଲ୍ଲା ଗଞାମ,ଭଦ୍ରକ,ବଲାଙ୍ଗିର, ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯାଡିଛନ୍ତି ।ଯଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀମାନେ ରୋଜଗାର ପାଇପାରିବେ ଓ ସେମାନଙ୍କ ଜୀବନଜିବିକାରେ ପରିବର୍ତନ ଆସିପାରିବ ।ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।କରୋନାର ଏହି ସଂକଟ ସମୟରେ ରୋଜଗାର ସୃଷ୍ଟି କରି ପ୍ରତ୍ୟେକ ଘର ଓ ସବୁ ଗ୍ରାମ ପର୍ଯ୍ୟନ୍ତ ପହଁଚାଇବା ଦୀଗରେ ଏହି ଅଭିଯାନ ବହୁତ ବଡ ପଦକ୍ଷପ ବୋଲି କହିଛନନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ୫୦ହଜାରେ କୋଟି ଟଙ୍କା ମୁଲ୍ୟରେ ଓଡିଶା ସମେତ ବିହାର,ଉତରପ୍ରଦେଶ,ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ଝାଡଖଣ୍ଡ ରାଜ୍ୟରେ ୧୧୬ଗ୍ରାମିଣ ଜିଲ୍ଲାରେ ବିସ୍ଥାପିତ ଶ୍ରମିକମାନଙ୍କୁ ଗ୍ରାମରେ ମୈାଳିକ ସୁବିଧା ସହ ଜଡିତ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କାମ ଯୋଗଇଦିଆଯିବ ।ଯଦ୍ୱାରା ଏହି କଠିନ ପରିସ୍ଥିତିରେ ମଧ୍ୟ ଗରିବ ଲୋକଙ୍କ ଜୀବନଶୈଳୀରେ ଉନ୍ନତ ହେବ ।ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ ସଫଳ କରିବାପାଇଁ ,ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ନୁଆ ସୁଯୋଗ ସୃଷ୍ଟି କରିବାପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସଂକଳ୍ପବଦ୍ଧ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.