୪ ଲୁଟେରା, ସୁନା ଦୋକାନୀକୁ ଗିରଫ କଲା କମିସନରେଟ ପୁଲିସ

0 193

ଭୁବନେଶ୍ବର,୨୮/୧୦(ଏସଏସନିୟୁଜ)ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟପାଟ୍ କରୁଥିବା ୪ ଜଣିଆ ଗ୍ୟାଙ୍ଗ ଓ ଏମାନଙ୍କଠାରୁ ଲୁଟ୍ ସୁନା କିଣୁଥିବା ଜଣେ ସୁନା ଦୋକାନୀକୁ ଗିରଫ କରିଛି କମିସନରେଟ ପୁଲିସ ।ସେମାନେ ହେଲେ ଖୋର୍ଦ୍ଧାର ଲକ୍ଷ୍ମଣ ସାହୁ ଓରଫ୍ ନିଖିଲ(୨୩), ସୁଶୀଲ କୁମାର ରଣା ଓରଫ୍ ସିଲୁ(୧୯), ଶାସ୍ତ୍ରୀନଗର ଅଞ୍ଚଳର ପ୍ରଦୀପ ସାହୁ(୧୯) ଓ ନୂଆପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ(୨୫)। ଗିରଫ ସୁନା ଦୋକାନୀ ହେଲା ପୁରୀ ସତ୍ୟବାଦୀ ଅଞ୍ଚଳର ଗୋପୀନାଥ ଦାସ ଓରଫ୍ ବାପି। ସେମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ୨୪ଟି ସୁନାଚେନ୍, ଦୁଇଟି ଆର୍ ୧୫ ବାଇକ୍ ଓ ୨୨୦ ପଲସର ବାଇକ୍, ୫ଟି ମୋବାଇଲ ଫୋନ୍ ଜବତ କରିଛି । ପୁଲିସ ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ ରାଜଧାନୀର ୧୧ଟି ଥାନା ଅଞ୍ଚଳରୁ ଲୁଟପାଟ କରିଥିଲେ। ଲୁଟ୍ ସୁନାକୁ ସୁନା ଦୋକାନୀ ବାପିକୁ ଅଧାଦାମରେ ବିକ୍ରି କରୁଥିଲେ।

Leave A Reply

Your email address will not be published.