ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

0 188

ଭୁବନେଶ୍ୱର, ୨୮/୧୦(ଏସଏସନିୟୁଜ)ପଂଚାୟତ ନିର୍ବାଚଣ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତିପର୍ବ ।ଏଥିନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ଏକ ସର୍ବଦଳୀୟ ବୈଠକ ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଓ କାର‌୍ୟ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ବିଷୟରେ ଆଲୋଚନା କରିବେ ବୋଲି ଜଣାପଡିଛି । କୋଭିଡ କଟକଣାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ ଘଟିକାରେ ଏହି ବୈଠକ ହେବ ।ତେବେ ଜିଲ୍ଲା ପରିଷଦଗୁଡ଼ିକର କାର‌୍ୟ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବାକୁ ଯାଉଛି ।

Leave A Reply

Your email address will not be published.