୫ ଦିନ କାଳବୈଶାଖୀ

0 43

ଭୁବନେଶ୍ୱର,୧୫ା୩(ଏସଏସନିଉଜ)ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ କାଳବୈଶାଖୀ ହେବାକୁଯାଉଛି । ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରାରେ ପରିବର୍ତ୍ତନ ହେବନି। ଉପକୂଳ ଓଡ଼ିଶାରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ରହିବ ଦିନ ତାପମାତ୍ରା। ଆଭ୍ୟନ୍ତରୀଣ ଓଡିଶାରେ ୩୭ ରୁ ୩୯ଡିଗ୍ରୀ ରହିପାରେ ତାପମାତ୍ରା। ପରବର୍ତ୍ତୀ ୩ରୁ ୪ ଦିନ ଯାଏଁ ଆହୁରି କମିବ ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିବ ପାରଦ। ପଶ୍ଚମାଝଡ ପ୍ରଭାବରେ ବଢିବ ବଜ୍ରପାତ ଜନିତ ବର୍ଷା। ୧୬ , ୧୭ , ୧୮ ଏବଂ ୧୯ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ।ଏହାସହ ୨୨ ତାରିଖରୁ ରାଜ୍ୟରେ ପାଗ ବଦଳିବାସହ ଗ୍ରୀଷ୍ମପ୍ରବାହ ବଢିବ । ମାର୍ଚ୍ଚ ୨୨ରୁ ୨୮ ଯାଏଁ ପ୍ରବଳ ତାତି ଅନୁଭୂତ ହେବ। ଏଥିପାଇଁ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ସ୍ଥିତି ଅସମ୍ଭାଳ ହେବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଏଥିପାଇଁ ଉତ୍ତର ଆଭ୍ୟନ୍ତରୀଣ ଓଡିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗକେନ୍ଦ୍ର।

Leave A Reply

Your email address will not be published.