ବନ୍ୟପ୍ରାଣୀଙ୍କ ସହ ସେଲ୍‌ଫି ମନା

ଫଟୋ କିମ୍ବା ସେଲଫି ନେଲେ ହେବ ଜେଲ୍

0 37

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବନ୍ୟଜନ୍ତୁଙ୍କ ଓ ସେମାନଙ୍କ ଶରୀରର ବିଭିର୍ଣ ଅଂଶ ସହ ଫଟୋ କିମ୍ବା ସେଲଫି ନେଲେ ଏଥର ଜେଲ୍ ଯିବାକୁ ପଡିବ ।ବନ୍ୟଜନ୍ତୁଙ୍କ ସହ ସେଲଫିନେଇ ସୋସିଆଲ ମିଡିଆରେ ଛାଡିଲେ ହେବ ଦୃଢକାର୍ଯ୍ୟାନୁଷ୍ଠାନ ।ଏହା ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରି ନଥାଏ ବରଂ ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ , ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ। ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ ।ଏହାସହ ମୃତ ବନ୍ୟଜନ୍ତୁ କିମ୍ବା ବନ୍ୟପ୍ରାଣୀଙ୍କ ଶରୀର ଅଂଶ ସହ ଫଟୋ ଉଠାଇବା ବା ସେଲଫି ନେଇ ପୋଷ୍ଟ କରିବା ମଧ୍ୟ ବନ୍ୟଜନ୍ତୁ ସୁରକ୍ଷା ଆଇନର ଉଲ୍ଲଂଘନ କରୁଛି।ଏଥିପ୍ରତି ସମସ୍ତେ ସଚେତନ ହେବାସହ ଏହି ଆଇନର ଉଲ୍ଲଂଘନ ନ କରିବା ଲାଗି ପରାମର୍ଶ ଦେଇଛନ୍ତି ପିସିସିଏଫ ।ଏହାସହ ସେ ଶିମିଳିପାଳ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ସମସ୍ତ ଡିଏଫଓଙ୍କୁ ଚିଠିଲେଖି ଏହାକିଭଳି ପାଳନ ହୋଇପାରିବ ସେଥିପ୍ରତି ଜନ୍ତବାନ ହେବାକୁ ପରାମର୍ଶଦେଇଛନ୍ତି ।

Leave A Reply

Your email address will not be published.