ଛଅ କଏଦୀ ମୁକ୍ତ

0 392

ବାରଙ୍ଗ,୫/୫(ଏସ ଏସ ନିଉଜ)ଜାମୁଝରି ସ୍ଥିତ ବିଜୁ ପଟନାୟକ ମୁକ୍ତାକାଶ କରାଶ୍ରମରୁ ଗୁରୁବାରଦିନ ୬ଜଣ କଏଦୀ ମୁକ୍ତ ହୋଇଛନ୍ତି।ସେମାନେ ହେଲେ ଆଜୀବନ କାରାଦଣ୍ଡ ଭୋଗୁଥବା ୨୦୧୯ରେ ଅନୁଗୁଳ ଜିଲ୍ଲା ରୁ ଏଠାକୁ ଆସିଥିବା ନାରୁ ରାଉଳ,ଭୁବନେଶ୍ୱର ସ୍ୱତନ୍ତ୍ର କରାଗରରୁ ୨୦୧୦ରେ ଏଠାକୁ ଆସିଥିବା ଗୁମାନି ନାୟକ,୨୦୦୯ରେ ସମ୍ବଲପୁରରୁ ଏଠାକୁ ଆସିଥିବା ରବିନ୍ଦ୍ର ପ୍ରଧାନ,ଫୁଲବାଣୀ ଜିଲା ଜରାଗରରୁ ୨୦୧୨ରେଏଠାକୁ ଆସିଥିବା ରଞ୍ଜନ ପ୍ରଧାନ,୨୦୧୯ରେ ଭଦ୍ରକ ଜେଲ ରୁ ଏଠାକୁ ଆସିଥିବା କାଶୀନାଥ ମହାନ୍ତି ଓ ସ୍ୱତନ୍ତ୍ର ଛୁଟିରେ ଯାଇଥିବା ୨୦୧୩ରେ କୋରାପୁଟ ସର୍କଲ ଜେଲରୁ ଆସିଥିବା ସମୀର ହାଲଦାରଙ୍କର ଚରିତ୍ର ପରିବର୍ତ୍ତନ ପରେ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଖଲାସ କରାଯାଇଛି ।ଏବେ କାରାଶ୍ରମ ରେ ୩୦ଜଣ କଏଦୀ ଥିବାବେଳେ ସେମାନଙ୍କ ମଧ୍ୟରେ ୨୦ଜଣ ଛୁଟିରେ ଯାଇଥିବାର ଅଧିକ୍ଷକ ସରୋଜ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.