କୋଟିପତି ଏଲ ଆଇ କୁ ଧରିଲା ଭିଜିଲାନ୍ସ

0 431

ବାରଙ୍ଗ ୫/୫(ଏସଏସ ନିିିଜଜ)ଭିଜିଲାନସ ଜାଲରେ ପଡିଛନ୍ତି କୋଟିପତି ଏଲଆଇ ଜଗନ୍ନାଥ ରାଉତ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଳାରାହଙ୍ଗପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଗୁରୁବାର ଦିନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଏହି ଚଢଉରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଥିଲା । ରାଜଧାନୀ ଉପକଣ୍ଠ ରଘୁନାଥପୁରରେ ୭ ଓ ବାଙ୍କୀରେ, କଳାରାହାଙ୍ଗା ଅଫିସ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି ।ରଘୁନାଥପୁରରେ ଥିବା ରୟାଲ ଲାଗୁନ୍ ଆପାର୍ଟମେଣ୍ଟରେ ଥିବ ଘର, ରଘୁନାଥପୁର ଗ୍ରାମରେ ଥିବା ତିନିମହଲା କୋଠା, ରଘୁନାଥପୁର ଗାଁମୁଣ୍ଡଗୋବିନ୍ଦ ଭବନର ପଛପଟେ ଥିବା ତିନିମହଲା କୋଠା, ରଘୁନାଥପୁରରେ ତାଙ୍କର ଦୁଇମହଲା କୋଠା, ରଘୁନାଥପୁର ଶିଖରଚଣ୍ଡି ମନ୍ଦିର ପାଖ ପୋଖରୀକୁଳରେ ଥିବା ଏକମହଲା କୋଠା, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, କଳାରାହାଙ୍ଗରେ ଥିବା ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ,

ରଘୁନାଥପୁରର ରୟାଲ ଆର୍କେଡରେ ଥିବା ଫ୍ଲାଟ୍, ବାଙ୍କି ଚାରିଘରିଆରେ ଥିବା ଘର ଉପରେ ଚଢ଼ାଉ କରାଯାଇଥିଲା ।ଏହାସହ ଚଢ଼ାଉ ସମୟରେ କୋଟିପତି ଏଲ ଆଇଙ୍କର କଟକ ଓ ଭୁବନେଶ୍ୱରରେ ରହିଛି ୯୦ ପ୍ଲଟ୍ ରହିଥିବାର ଭିଜିଲାନ୍ସ ଜାଣିବାକୁ ପାଇଥିଲା ।ଜଗନ୍ନାଥ ରାଉତଙ୍କ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦ ଗ୍ରାମର ରୂପା ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି ।ଭୁବନେଶ୍ୱରରେ ଜଗନ୍ନାଥ ରାଉତଙ୍କ ନାଁରେ ୪ଟି ବିଲ୍ଡିଂ ଓ ୩ଟି ଫ୍ଲାଟ୍ ରହିଛି । ଏହାସହ କଟକରେ ଗୋଟିଏ ଆଉଟ୍ ହାଉସ୍ ଠାବ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.