ଜନ୍ମଦିନରେ ରକ୍ତଦାନ ଶିବିର

0 282

ବାରଙ୍ଗ,୫/୫(ଏସ ଏସ ନିିିଉଜ)ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିବାପାଇ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ।ପ୍ରତି ବର୍ଷ ଜନ୍ମଦିନରେ ଏହିଭଳି ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାର ଉଦ୍ୟମ କରିବାକୁ ଯୁବକମାନେ ନିଷ୍ପତ୍ତି ନେଇଥିଲେ ।ଗୁରୁବାରଦିନ ନବଗଠିତ ଇଂଜଣା ଗ୍ରାମ ପଂଚାୟତର ଦେବାଶିଷ ପତି ନାମକ ଯୁବକ ତାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି ।ଜନ୍ମଦିନରେ ଗ୍ରାମର ଯୁବକମାନଙ୍କୁ ଏକାଠି କରି ଗାଁ ଦୁଲାଦେଇ ମନ୍ଦିର ପରିସରରେ ରକ୍ତଦାନ କରାଇଛନ୍ତି ।ବିଶେଷ କରି ସବୁ ସମୟରେ ଥାଲା ସେମିଆ ରୋଗୀମାନଙ୍କ ପାଇଁ ରକ୍ତ ଦରକାର ପଡ଼ୁଥିବାରୁ ଏହି ରୋଗରେ ଆକ୍ରାନ୍ତମାନଙ୍କ ପାଇଁ ଯୁବକ ମାନଙ୍କୁ ଏକାଠି କରି ୩୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।ଏଥୁରେ ଗ୍ରାମ୍ୟକମିଟି ସଭାପତି ପ୍ରଦୀପ ଦାସ, ସମାଜସେବୀ ସଞ୍ଜୟ ପତି,ଦୀପକ ସାମଲ ଙ୍କ ସହ ଲୋକପ୍ରତିନିଧି ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.