୬୧ ବର୍ଷରେ ପାଦ ଥାପିଲା ନନ୍ଦନକାନନ

0 479

ବାରଙ୍ଗ-୨୯/୧୨(ଏସଏସଏନ୍) ପ୍ରାଣୀଉଦ୍ୟାନ ନନ୍ଦନକାନନ ବହୁ ବାଧାବିଘ୍ନରେ ଆଜି ୬୧ ବର୍ଷରେ ପାଦ ଥାପିଛି । ଆଜି ଉଦ୍ୟାନ ପରିସରରେ ନନ୍ଦନକାନନ ଜନ୍ମଦିନ ପାଳଣ କରିଛି । ଏହି ଅବସରରେ ନୁତନ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା  ପ୍ରସ୍ଥାନ ପଥ ଲୋକାର୍ପଣ କରାଯାଇଥିବା ବେଳେ ନୂଆ କରି ବାଘ,ଭାଲୁ ,ସିଂଗ ଓ ତୃଣଭୋଜି ସଫାରୀ ର  ବସଷ୍ଟାଣ୍ଟ ଉଦ୍ ଘାଟନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ , ସମ୍ମାନୀୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ , ଜଙ୍ଗଲ ବିଭାଗର ଅତିରିକ୍ତ ବନ୍ୟ ସଂରକ୍ଷଣ ସଚିବ ମୋନା ଶର୍ମା , ପ୍ରମୁଖ ଯୋଗଦେଇଥିଲେ । ପରେ ନନ୍ଦନକାନନ ରେ ଆୟୋଜିତ ହୋଇଥିବା ସଭାରେ ଯୋଗଦାନ କରିଥିଲେ ।ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ ୬୦ ବର୍ଷ ପରେ ନନ୍ଦନକାନନ କଳେବେଳ ଘଟିଛି । ଏହି ଉଦ୍ଯାନ ଗୋଟିଏ ସୋପାନ ପରେ ଗୋଟିଏ ସୋପାନ ଚଢିଛି ।ଯାହା ଫଳରେ ନନ୍ଦନକାନନ  ବିଶ୍ବବିଖ୍ୟାତ ଚିଡିଆଖାନାରେ ମାନ୍ୟତା ପାଇଛି । ଚଳିତ ବର୍ଷ ଜନ୍ମର ହାର କମ୍ ରହିଥିବା ବେଳେ ମୃତ୍ୟୁ ହାର ବଢିଛି । ଆମର ମାଷ୍ଟର ପ୍ଲାନ କରାଯାଇଛି , ୨୦ ବର୍ଷ ଭିତରେ ଆହୁରି ସରସସୁନ୍ଦର କରିବା ପାଇଁ ନନ୍ଦନକାନନ ସେଣ୍ଟେରାଲ ଜୁ ସହିତ ଯୁକ୍ତିବଦ କରିଛନ୍ତି । ସେହିପରି ଜଟଣି  ବିଧାୟକ ସୁରେଶ ରାଉତରାୟ ନିଜର ବକ୍ତବ୍ୟରେ ନନ୍ଦନକାନନ ୬୦ ବର୍ଷର ସୁଖ ଦୁଖଃର କାହାଣୀ ବଖାଣୀବା ସହିତ ପ୍ରାଣୀଦ୍ୟାନରେ ଲୋପ ପାଇଥିବା ଗଣ୍ଡା , ଜେବ୍ରା , କଙ୍ଗାରୁ ଓ  ଜିରାପ ଆଉ ଗୋଟେ ଆଣିବା ପାଇଁ ନିଜର ବକ୍ତବ୍ୟରେ କହିଛନ୍ତି ।  ଉତ୍ତର ବିଧାୟକ ସୁଶାନ୍ତ ରାଉତ   ପ୍ରାଣୀଉଦ୍ୟାନରେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କୁ ସାଧୁବାଦ ଦେବା ସହିତ ସେମାନଙ୍କ ପାଇଁ ଜୀବଜନ୍ତୁ ମାନେ ସୁରକ୍ଷିତ ରହିଥିବା ବେଳେ ପ୍ରାଣୀଉଦ୍ୟାନ ବିଶ୍ବସ୍ଥରରେ ପହଁଚିଛି । ଅତିରିକ୍ତ ସଚିବ ମୋନା ଶର୍ମା କରୋନା ସମୟରେ କର୍ମଚାରୀମାନେ ନିଜର ଜତ୍ନ ନେବା ସହିତ ଜୀବଜନ୍ତୁଙ୍କର ଯେଭଳି ଯତ୍ନ ନେଇଛନ୍ତି ସେମାନଙ୍କୁ ହାର୍ଦ୍ଦିକ ସୁଭେଚ୍ଛା ଜଣେଇଛନ୍ତି । ପରେ  ପ୍ରାଣୀଉଦ୍ୟାନରେ  ରହିଥିବା ବାଘୁଣୀ ସ୍ନେନାର ଔରଷରୁ ଜନ୍ମ ନେଇଥିବା ଗୋଟିଏ ଧଳାବାଘ ଓ ଗୋଟିଏ ସାଧାରଣ ରଙ୍ଗର ବାଘ ଛୁଆର ନାମ କରଣ  ଲବ ଓ କୁଷ ନାମରେ କରାଯାଇଥିଲା । ଏହି ନାମକରଣ ଅନଲାଇନ ମାଧ୍ୟବରେ କରାଯାଇଥିଲା । ଏହାକୁ ଅତିଥିମାନେ ଘୋଷଣା କରିଥିଲେ । ଏହି ବାଘ ଦୁଇଟି ୨୦ ନମ୍ବର ଖୁଆଡ ରେ ରହିଛନ୍ତି । ଆଜିଠାରୁ ନବ ଓ କୁଷ କୁ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇଛନ୍ତି ।

Leave A Reply

Your email address will not be published.