ବାରଙ୍ଗ ଥାନାରେ ଏକ ଏତଲା ଦେଲା ବାରଙ୍ଗ ବିଜେପି

0 371

ବାରଙ୍ଗ,୨୯/୧୨(ଏସଏସନିୟୁଜ) ମଙ୍ଗଳବାର ଦିବା ୧୧ଘଟିକା ସମୟରେ ବାରଙ୍ଗ ମଣ୍ଡଳ ୩୨ନମ୍ବର ଜୋନ ବିଜେପି ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ୱରେ ଜୋନ ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଓଡିଶା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବାରଙ୍ଗ ଥାନାରେ ଏକ ଏତଲା ଦିଆଯାଇଥିଲା, ପ୍ରଧାନମନ୍ତ୍ରୀ ଆବାସଯୋଜନାକୁ ରାଜ୍ୟ ସରକାର ଚଞ୍ଚକତା କରି ବିଜୁ ପକାଘର ନାମରେ ନାମିତ କରି ଘରମାନଙ୍କରେ ଷ୍ଟିକର ମରାଯାଉଅଛି, ଅଫିସର ମାନଙ୍କ ଦ୍ୱାରା ଏପରି କରାଯାଇ ଜନସାଧାରଣ ଙ୍କୁ ଭୁଆଁ ବୁଲାଇ ହଡପ କରାଯାଉଥିବାରୁ ଏହା ଠକେଇ ଓ ଦଣ୍ଡନୀୟ ଅପରାଧ ବୋଲି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ପ୍ରମୁଖ ତଥା ପୂର୍ବତନ ମଣ୍ଡଳ ସଭାପତି -ପ୍ରଭାସ ରାଉତ, ସାଧାରଣ ସମ୍ପାଦକ -ବୁଲୁ ସ୍ୱାଇଁ, ନଳିନୀ ରାୟ,ଜିଲ୍ଲା ପ୍ରତିନିଧି ଦୀପକ ସ୍ୱାଇଁ, ଉପସଭାନେତ୍ରୀ ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ସମ୍ପାଦିକା ଦ୍ରୌପଦୀ ଦଳାଇ, ମଧୁସ୍ମିତା ଘଡ଼ାଇ,ମହିଳାମୋର୍ଚା ସଭାନେତ୍ରୀ ସୁମିତ୍ରା ସ୍ବାଇ, ଅକ୍ଷୟ ସାହୁ, ତ୍ରିନାଥ ସାମଲ, ସୁନୀଲ ସ୍ୱାଇଁ, କୁଳମଣି ସାମଲ, ସୁଷମା ଦଳାଇ, କୌଶଲ୍ୟା ଦଳାଇ, ଝିଲି ଦଳାଇ, ରେଣୁକା ନାୟକ, ଲଷ୍ମୀଧର ସାହୁ, ସନାତନ ରାଉତ, ରାଜେଶ ଘଡ଼ାଇ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ (ବାରଙ୍ଗରୁ ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.