୬ରେ ଲଘୁଚାପ

0 223

ଭୁବନେଶ୍ବର.୪/୯(ଏସଏସନିୟୁଜ) ଆସନ୍ତା ୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୪.୫ କି.ମିରୁ ୫.୮ କି.ମି ଉଚ୍ଚତା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କି.ମିରୁ ୪.୫ କି.ମି ଉଚ୍ଚତା ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।ଯାହାଫଳରେ ୧୬ଟି ଜିଲାରେ ବର୍ଷା ପବନ ଓ ବଜ୍ରପାତ ସହ ଘୂର୍ଣ୍ଣିଝଡ଼ ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଏହି ସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେକୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜିଲାର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ, ନବରଙ୍ଗପୁର ଓ କଳାହାଣ୍ଡି ଜିଲାର ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏହାଛଡା ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ପୂର୍ବଭାଗରେ ୪ ତାରିଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ୫ରେ ଲଘୁଚାପରେ ପରିଣତ ହୋଇ ୬ରେ ଉପକୂଳରେ ପ୍ରବଳ ବର୍ଷା ହେବାସହ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୁର୍ବାନୁମାନ କରିଛି ।

Leave A Reply

Your email address will not be published.