୬ଟି ଆସନକୁ ନେଇ ସସପେନ୍ସ

ଆଜିର ଖବର,ତାରିଖ–06-11-2021 (ଶନିବାର)

0 253

୧. ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ଫିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ ।
୨. ପାରା ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଆଜି ଭାରତୀୟ ଜୀବନ ବୀମା ୧ କୋଟି ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛି ।
୩. 6Gକୁ ନେଇ ଭାରତର ବଡ ପ୍ରସ୍ତୁତି, ଦୁନିଆର ଅନ୍ୟ ଦେଶଠୁ ରହିବ ଆଗରେ ।
୪. ଭାରତ ଛାଡି ଲଣ୍ଡନରେ ରହିବେ କି ଅମ୍ବାନୀଙ୍କ ପରିବାର ? ସ୍ପଷ୍ଟୀକରଣ ରଖିଲା ରିଲାଏନ୍ସ ।
୫. ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତ୍ତମାନ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି ।
୬. ବର୍ତ୍ତମାନ ସୁଦ୍ଧା ୨୨ ଟି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଛନ୍ତି ଭାଟ୍ : କେନ୍ଦ୍ର ସରକାର ।
୭. ଇତିହାସ ରଚିଲେ ଯଶପ୍ରୀତ ବୁମରା, ଟି-୨୦ ଅନ୍ତର୍ଜାତୀୟରେ ହେଲେ ଭାରତର ସବୁଠୁ ସଫଳ ବୋଲର ।
୮. ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ସ୍କଟଲାଣ୍ଡକୁ ୬.୩ ଓଭରରେ ହରାଇ ଦେଇଛି ଭାରତ । ବିରାଟ ବିଜୟ ସହ ଟିମ୍‌ ଇଣ୍ଡିଆର ସେମିଫାଇନାଲ ଆଶା ଉଜ୍ଜୀବିତ ରହିଛି ।ବର୍ତ୍ତମାନ ଭାରତୀୟ ଦଳର ସେମିଫାଇନାଲ ଆଶା ଏବେ କିଛି ସମୀକରଣ ଉପରେ ନିର୍ଭର କରୁଛି ।
୯. ତୈଳ ପାଇଁ ଭ୍ୟାଟ୍ ହ୍ରାସ କରିନି ଓଡ଼ିଶା, ଚର୍ଚ୍ଚାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ପ୍ରେସ୍ ରିଲିଜ୍ ।
୧୦. ଦେଶର ୭୫ତମ ସ୍ୱାଧୀନତା ଦିବସକୁ ବର୍ଷ ସାରା ପାଳନ କରିବ ଭାରତୀୟ ଜାତୀୟ କଂଗ୍ରେସ । ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।
୧୧. ପୂର୍ବତନ ସାଂସଦ ପ୍ରଦୀପ ମାଝୀ (ଶନିବାର) ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିବେ ।
୧୨. ବିସିସିଆଇ ଆୟୋଜନ କରିବ ମହିଳା ଆଇପିଏଲ୍, ନିଲାମରୁ ମିଳିବ ୫ହଜାର କୋଟି! ।
୧୩. ଭାଙ୍ଗିଲା ୧୦ ବର୍ଷର ରେକର୍ଡ : ଦୀପାବଳିରେ ଦେଶରେ ୧.୨୫ ଲକ୍ଷ କୋଟି ଟଙ୍କାର କାରବାର ।
୧୪. ଆର୍ୟନ ମାମଲାର ତଦନ୍ତ, ଗେଟ୍‌ ଆଉଟ୍‌ ହେଲେ ୱାଙ୍ଖେଡ୍‌ ।
୧୫. ଜାରି ହେଲା ଚୂଡ଼ାନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ୬ଟି ଆସନକୁ ନେଇ ସସପେନ୍ସ । ମାତ୍ର ଯେଉଁ ୬ଟି ଜିଲ୍ଲାକୁ ନେଇ ସସପେନ୍ସ ଦେଖାଦେଇଛି ସେଗୁଡ଼ିକ ହେଲା କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ, ନୂଆପଡ଼ା, ବରଗଡ଼ ଓ ବୌଦ୍ଧ ।
୧୬. ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ସୀମା ବିବାଦ ଉପରେ ନବୀନଙ୍କ ସହ ଆଲୋଚନା କରିବେ ଜଗନ ରେଡ୍ଡୀ ।
୧୭. ଆଫଗାନ ପାଇଁ ବୈଠକ କରିବ ଭାରତ, ପାକିସ୍ତାନ ଓ ଚାଇନାକୁ ଡାକିଲା ।
୧୮. ପୁଣି ଚିନ୍ତା ବଢ଼ାଇଲାଣି କରୋନା । ୟୁରୋପରେ ଆରମ୍ଭ ହୋଇଛି କରୋନାର ନୂଆ ୱେଭ୍ । ମହାମାରୀ କରୋନା ପୁଣିଥରେ ୟୁରୋପର ବିଭିନ୍ନ ଦେଶରେ ବଢ଼ିବାରେ ଲାଗିଛି ।

୧୯. ଆଜି ଅପରାହ୍ନରେ ଶ୍ରୀନଗରର ଏକ ଡାକ୍ତରଖାନାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଘଟଣା ପରେ ଡାକ୍ତରଖାନା ଏବଂ ଏହାର ହଷ୍ଟେଲଗୁଡ଼ିକୁ ଘେରାବନ୍ଦୀ କରାଯାଇଛି ।
୨୦. ଚଳିତ ଆଇସିସି ଟି-୨୦ ବିଶ୍ୱକପରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ନ୍ୟୁଜିଲ୍ୟାଣ୍ଡ । ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍-୨ର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୫୨ ରନରେ ନାମିବିଆକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆର ଟେନସନ୍ ବଢ଼ିଲା ।
୨୧. କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ।
୨୨. ପୁଣି ଆସୁଛି ଏକ ଲଘୁଚାପ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି ।
୨୩. ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର, ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ସମ୍ମାନ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING।ଯାହାର ରକ୍ଷା ଈଶ୍ୱର କରନ୍ତି,ତାହାର କ୍ଷତି କିଏ କରିବ.??ପବନ ଯେଉଁ ଦୀପଶିଖାକୁ ସୁରକ୍ଷା ଦେବ, ତାକୁ କିଏ ଲିଭାଇ ପାରିବ 🙏ଜୟ ଶ୍ରୀକୃଷ୍ଣ🙏

 

Leave A Reply

Your email address will not be published.