ଆଜିର ଅନୁଚିନ୍ତା

ତାରିଖ : ୦୬.୧୧.୨୦୨୧,ଶନିବାର

0 220

ଆଜିର ନୀତିବାଣୀ
➡️”ଆମକୁ ଅପେକ୍ଷା କରୁଥିବା ଜୀବନ ପାଇବାକୁ ହେଲେ, ଆମେ ଯୋଜନା କରିଥିବା ଜୀବନକୁ ଛାଡିବାକୁ ପ୍ରସ୍ତୁତ ହେବା ଆବଶ୍ୟକ
➡️”ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ !!
➡️”ସମୟ ସବୁ କିଛି ପରିବର୍ତ୍ତନ କରି ଦେଇଥାଏ , ଧୋର୍ଯ୍ଯର ସହ ପରିସ୍ଥିତି ସହିତ ଲଢନ୍ତୁ , ଦେଖିବେ ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟିଦେବ !!
➡️”ସଫଳତା ଗୋଟିଏ ଦିନରେ ମିଳିବନି।ଗୋଟିଏ ଦିନ ନିଶ୍ଚୟ ମିଳିବ !!
➡️”ସଫଳ ହେବାକୁ ଚାହୁଁଥିବା ବ୍ୟକ୍ତି ନିଜ କାମ କରିବାର ଶୈଳୀ ପରିବର୍ତ୍ତନ କରିବା ଉଚିତ, ଚିନ୍ତାଧାରା ନୁହେଁ !!
ଆଜିର ଅନୁଚିନ୍ତା
➡️”ଭଗବାନଙ୍କର ସୃଷ୍ଟିରେ ନିୟମର ଉଲ୍ଲଙ୍ଘନ ହୁଏ ନାହିଁ , ଏହି ସତ୍ୟରେ ଦୃଢ଼ ହୋଇ ଯେଉଁ ବ୍ୟକ୍ତି ଜୀବନ ନିର୍ବାହ କରନ୍ତି ସେ ମାନସିକ ସୁସ୍ଥତାକୁ ପ୍ରାପ୍ତ କରନ୍ତି . ତା’ଛଡ଼ା ଅନ୍ୟ କୌଣସି ଉପାୟରେ ମନୁଷ୍ୟ ସ୍ଥିର ହୋଇ ରହିପାରିବ ନାହିଁ !!
➡️”ସବୁବେଳେ ନିଜର ଭୁଲ୍ କୁ ସ୍ବୀକାର କରନ୍ତୁ , କାହିଁକିନା ଭୁଲ୍ ସ୍ବୀକାର କରିଲେ ମଣିଷ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇଥାଏ ଆଉ ନିଜକୁ ସୁଧାରିନେବାର ବାଟ ମଧ୍ଯ ପାଇଯାଏ !!
➡️”ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି !!
➡️”ଜୀବନ ଦୁଇ ଦିନର ହେଉ କି ଚାରି ଦିନର ସେଥିରେ କିଛି ଯାଏ ଆସେ ନାହିଁ , ଏଠି ଏମିତି ବଞ୍ଚ ଯେମିତି କି ଜୀବନ ତୁମକୁ ମିଳିନି ତୁମେ ଜୀବନକୁ ମିଳିଛ !!
➡️”ଆପଣଙ୍କ ଲୁହକୁ ଏତେ ଦାମୀ କରିଦିଅନ୍ତୁ ଯେପରି କି କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ , ଆଉ ଆପଣଙ୍କ ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେପରି କି ଏହା ସମସ୍ତଙ୍କୁ ମାଗଣାରେ ମିଳିଯିବ !!

ଆଜିର ସୁବିଚାର
➡️”ମାଆକୁ … ମମି , ମାମା , ମମ୍ ଯେତେ ପ୍ରକାର ଡାକିଲେ ବି , ମାଆ ଡାକଠୁ ମିଠା ଆଉ କୌଣସି ଡାକରେ ନାହିଁ !!
➡️”ସୁଖକୁ ସଭିଙ୍କ ଭିତରେ ବାଣ୍ଟି ଦେଇ ଦୁଃଖକୁ ନିଜ ଭିତରେ ଚାପିଦିଅ ଦେଖିବ ଜୀବନରୁ ଶତ୍ରୁ କମିବାକୁ ଲାଗିବେ !!
➡️”ତରକାରୀ ରେ ଲୁଣ କମ୍ ଥିଲେ ଯେମିତି ସ୍ଵାଦିଷ୍ଟ କମିଯାଏ , ସେମିତି ମଣିଷ ଜୀବନରେ ଭଲ ବ୍ୟବହାର ନଥିଲେ ଚରିତ୍ରର ଓଜନ କମିଯାଏ !!
➡️”ବଡ ଅଜବ ଏ ଦୁନିଆ ଏଠି ମିଛ ନୁହେଁ ସତ କହିଲେ ସମ୍ପର୍କ ଭାଙ୍ଗି ଯାଉଛି ଆଉ ଯେତେ ଅଧିକ ଭଲ ପାଇବ ସେତେ ଅଧିକ ସନ୍ଦେହର ଶିକାର ହେବ !!
➡️”ଯଦି ସମ୍ପର୍କ ବଞ୍ଚେଇବା ପାଇଁ ନଇଁ ବାକୁ ପଡେ ତାହେଲେ ନଇଁଯାଅ ଯଦି ସମ୍ପର୍କ ରକ୍ଷା କରିବାକ ପାଇଁ କିଛି ସହିବାକୁ ହୁଏ ତାହେଲେ ସହିଯାଅ । ଯଦି ବାରମ୍ବାର ତମକୁ ହିଁ ସହିବାକୁ ଆଉ ନଇଁବାକୁ ପଡେ ତାହେଲେ ରହିଯାଅ । କାରଣ ସମ୍ପର୍କ ଜଣେ ଚାହିଁଲେ ବଞ୍ଚେନି ଉଭୟ ପକ୍ଷରୁ ସମ୍ପର୍କ ପାଇଁ ଯଥେଷ୍ଟ ସମ୍ମାନ ରହିବା ଆବଶ୍ୟକ .. !!🙏ଓଁ ଶନି ଦେବାୟ ନମଃ🙏ଶୁଭ ସକାଳ,ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

 

 

Leave A Reply

Your email address will not be published.